କଥାଦେଇଥିଲି ଭୁଲିବିନି ବୋଲି
   ଚାଲୁଥିବା ଯାଏଁ ମୋ ନିଶ୍ବାସ,
ମୁଁ ଯେ ମୋର କଥା କଲିନାହିଁ ମିଥ୍ୟା
    ତୁ କିନ୍ତୁ ଭାଙ୍ଗିଦେଲୁ ବିଶ୍ବାସ,,।।
ଛାଡି ଚାଲିଗଲୁ ଭଲ କି ଯେ କଲୁ
    ମୋ ସାଥିରେ ଚାଲି ଅଧା ବାଟ,
ନିରୁପାୟ ବୋଲି ସହି ସିନା ଗଲି
    ତୋ ନାଗୁଣୀ ମୁଖର ସେ ଚୋଟ,,।।
ରହିଛି ସେଇଠି ଛାଡି ତୁ ଯେଉଁଠି
   ଯାଇଅଛୁ କରି ମତେ ଏକା,
ଚାଲିଲା ପାଦଟା ଭୁଲିଛି ବାଟଟା
    ପ୍ରେମିକ ଜୀବନ ପଡି ଫିକା,,।।
ଭଲପାଇବାରେ ଛଳନା ଜହରେ
     ଦେଇଗଲୁ ତୁ ଯେଉଁ ପାଉଣା,
ଆହାତ ହୃଦୟ ତାର ପରିଚୟ
     ଲହୁରେ ଲେଖିଲା "ପ୍ରତାରଣା",,

ଜିତେନ୍ଦ୍ର ସାହୁ
ମାଳ ତେନ୍ତୁଳିଆ, ପୋଲସରା, ଗଞ୍ଜାମ