
ତୋ ବଡ଼ ଦାଣ୍ଡରେ ଭିକ ମାଗୁଥିବି
ମୋର ଭିକ ଝୁଲି ପୁରିବା ଯାଏଁ
ତୋ ନାମକୁ ଗାଇ ଗାଇ ବୁଲୁଥିବି
ତୋଟି ପାଟି ମୋର ସୁଖିବା ଯାଏଁ
ତୋ ବଡ ଦାଣ୍ଡରେ… ।।
ତୋ ମହା ପ୍ରସାଦ ନିତି ଚାଖୁଥିବି
ମୋ ମନର ଭୋକ ମରିବା ଯାଏଁ
ତୋ କଳା ବଦନ ନିତି ଦେଖୁଥିବି
ମୋ ଜୀବନ ଦୀପ ଲିଭିବା ଯାଏଁ
ତୋ ବଡ ଦାଣ୍ଡରେ… ।।
ତୋ ନୀଳଚକ୍ର କୁ ଦେଖି ଦେଖି ଯେବେ
ଏ ପାପି ପିଣ୍ଡରୁ ପରାଣ ଯାଏ
ମାଟି ଘଟ ଗଡ଼ୁ ଶରଧାବାଲି ରେ
ସରଗ ଦୁଆରେ ଜଳିବା ଯାଏଁ
ତୋ ବଡ ଦାଣ୍ଡରେ… ।।
କବି ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା
