
॥ ଅଭିନଂଦନ ॥
ଆଜିର ଏ ଶୁଭ ଦିନରେ
ଥାନ୍ତୁ ବନ୍ଧୁ ମାନେ ଭଲରେ
ଦୀପାବଳି ଆଲୋକର ପର୍ବ
ଉଦ୍ଭାସିତ ହେଉ ଜୀବନ ସର୍ବ
ଦୀପାବଳି ମା ଲଖ୍ମୂୀଂକ ଆଗମନ
ଧନଧାନ୍ୟରେ ସଭିଂକୁ କରନ୍ତୁ ପୂର୍ଣ୍ଣ
ଶୁଖ ଶାନ୍ତିରେ କଟୁ ଥାଉ ଏ ଜୀବନ
ବନ୍ଧୁ ମାନଂକୁ ମୋର ଅନ୍ତରୁ ନମନ
ଆଜି ସଭିଂକୁ ମୋର ଅଭିନଂଦନ ।
॥ ଆତଂକ ॥
ଅପେଖ୍ୟା କରିବା କଷ୍ଟ ଦାୟକ
ଭୁଲି ଯିବାଟା ହିଁ କଷ୍ଟ କାରକ
ଚିନ୍ତା ନ କରିବା ଖ୍ୟତି କାରକ
ସବୁ ଠୁ ବଡ ଅନିଷ୍ଟ କାରକ
ଜାଣି ନ ପାରିବା କେଉଁ ଆତଂକ
ହୁଏ ସବୁ ଠାରୁ ଯନ୍ତ୍ରଣା ଦାୟକ ।
॥ ଶେଷ ॥
ଶେଷରେ ସାଥି ହେବ କର୍ମ
ଶେଷରେ ସାଥି ହେବ ଧର୍ମ
ଶେଷ ସାଥି ଦେବ ନିଶ୍ବାସ
ଶେଷ ଉପାର୍ଜନ ବିଶ୍ବାସ
ଶେଷ ଯାନ ହେବ କୋକେଇ
ରାମ ନାମ ଧ୍ବନୀ ଶୁଣାଇ
ଶେଷ ନିଦ୍ରା ଜଳନ୍ତା ଜୁଇ
ଶେଷ ଠିକଣା ଶ୍ମଶାନ ଭୁଇଁ ।
॥ ସଂପଦ ॥
ଦରିଦ୍ର ର ସଂପଦ ଞାନ
ଧନୀ ର ସଂପଦ ସମ୍ମାନ
ଯୁବକ ର ସଂପଦ ଭରସା
ବୃଦ୍ଧଂକ ର ସଂପଦ ହତାଶା
ମଣିଷ ର ସଂପଦ ଆଶା ।
॥ ପ୍ରଗତି ॥
କମେ ନାହିଁ ଇଜ୍ଜତ
ଭଲ ଲୋକଂକ ମହତ
କମେ ନାହିଁ ସୁନା ମୂଲ୍ୟ
ଶହ ଖନ୍ଡରେ ବି ଦୁର୍ମୂଲ୍ୟ
ଭୁଲ୍ ହେବା ପ୍ରକୃତି
ମାନି ନେବା ସଂସ୍କୃତି
ସୁଧାରି ନେବା ପ୍ରଗତି ।
ରମାକାନ୍ତ ମିଶ୍ର
ଭି.ଆଇ.ଏମ. - ୨୬୮, ଶୈଳଶ୍ରୀ ବିହାର
ଭୂବନେଶ୍ୱର - ୭୫୧୦୨୧
