
ଭୋଳା ମହେଶ୍ୱର ଶିବ ଶଙ୍କର ଜଟା ବିମଣ୍ଡିତ ଶଶାଙ୍କ ଧର
ଗଣେଶ ପିଅର ତ୍ରୀଶୂଳ ଧର
ଗଳେ କାଳସର୍ପ ଅସ୍ତି କଂକାଳ ରୁଦ୍ରାକ୍ଷ ଧାରଣ ଭଷ୍ମ ଲେପନ
ଶ୍ରୀ ଗଙ୍ଗାଧର , ଭୋଳା ମହେଶ୍ୱର… ।।
ହେ ମୃତ୍ୟୁଞ୍ଜୟ ବ୍ୟାଘ୍ର ଚର୍ମାମ୍ବର ଧର ଅଭୟ ଦାୟକ ଚନ୍ଦ୍ରଶେଖର
କଇଳାଶ ବାସି ଚିର ସୁନ୍ଦର
ବୃଷଧ୍ଵଜ ମହାଦେବ ଈଶ୍ବର ଅକର୍ମ କର୍ମ ଦାତା ଚଣ୍ଡି ମଙ୍ଗଳ
ସତ୍ୟ ସୁନ୍ଦର ,କଳାରୁଦ୍ରମଣି , ଡମ୍ବରୁଧର
ଭୋଳା ମହେଶ୍ୱର… ।।
ମଣିମା ଶୁଣିମା ହେଉ ଦୁଃଖୀର ଗିର ପଶିଲି ଶରଣ ପୟରେ ତୁମର
ପଡ଼ିଛି ବିଷମ କଷ୍ଟ ଠାକୁର
ପ୍ରାଣୀଙ୍କ ଆରତ ଦୁଃଖ ଅପାର ସହି ହେଉନାହିଁ ଲାଗେ ବିକଳ
ସୁଦୟା କର , ଭୋଳା ମହେଶ୍ୱର… ।।
ରକତ ମାଉଁସ ଦେହକୁ ଧରି କୁହ ରୁଦ୍ର ମୁଁ ସହିବି ବା କିପରି
ଆତୁରେ ପ୍ରଫୁଲ୍ଲ ଡାକେ ଠାକୁର
କିଛି ଯଦି ପୂଣ୍ୟ ଅଛି ମୋହର ବିନିମୟରେ ନାଥ ମିନତୀ କରେ ହେ
ଜଗତ ଉଦ୍ଧାର କର ବାମଦେବ , ସୁଦୟାକର
ଭୋଳା ମହେଶ୍ୱର…. ।।
ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା
