ଏତିକି ଗୁହାରୀ ମୋର - ସିଦ୍ଧେଶ୍ଵର ତ୍ରିପାଠୀ

0

ଚକା ନୟନହେ
ନଶୁଖୁ ମୋ ଆଖି ଲୁହ
ଲୁହ ଶୁଖିଗଲେ କାଳେ ଭୁଲିଯିବି
ଦେଖିବାକୁ କଳା ମୁହଁ
ଚକାନୟନ ହେ
ନଶୁଖୁ ମୋ ଆଖି ଲୁହ - - -

ଯେତେକ ସପନ ସପନରେ ରହୁ
ଅଦେଖା କୋହରେ ଛାତି ଭରିଯାଉ
ନିନ୍ଦା ଅପଜସ ମିଳୁ ଥାଉ ପଛେ
ଥାଉ ତୁମ ପଦେ ଲୟ
ଚକା ନୟନ ହେ
ନଶୁଖୁ ମୋ ଆଖି ଲୁହ - - - -

ପେଟ ଭୋକ ପଛେ
ପେଟେ ଯାଉ ମରି
କରୁଛିହେ ପ୍ରଭୂ ଏତିକି ଗୁହାରି
ଏ ଷଢ ରିପୁଙ୍କ କବଳରୁ ମୋତେ
ଥରୁଟେ ଉଧାରି ନିଅ
ଚକା ନୟନ ହେ
ନଶୁଖୁ ମୋ ଆଖି ଲୁହ - - - - -

ଅଲୋଡା ଜୀବନ  ଭାରି ହୀନିମାନ
ମାୟା ମରୀଚିକା ଦିଅଇ ଦହନ
ତୁମକୁ ଖୋଜିବି ସବୁ ଭୁଲିଯିବି
ନଥିବ କାହାକୁ ଭୟ
ଚକା ନୟନହେ
ନଶୁଖୁ ମୋ ଆଖି ଲୁହ
ଲୁହ ଶୁଖି ଗଲେ କାଳେ ଭୁଲିଯିବି
ଦେଖିବାକୁ କଳା ମୁହଁ
ଚକାନୟନହେ
ନଶୁଖୁ ମୋ ଆଖି ଲୁହ - - - -

ସିଦ୍ଧେଶ୍ଵର ତ୍ରିପାଠୀ
କୁଣ୍ଡିଲୋ, କେରଙ୍ଗ, ଖୋରଧା

Post a Comment

0Comments
Post a Comment (0)