
ହେମନ୍ତ ର ଅନ୍ତ ପରେ ପରେ ଶୀତ
ଧରାରେ ପ୍ରବେଶ ହୋଇଲା
ଶୀତ ଶିକ୍ତ ବାତ ଉଦୀଚୀ ପ୍ରାନ୍ତରୁ
ପ୍ରବାହେ ଶୀତଳ ଲାଗିଲା, ଆକାଶୁ ତୁଷାର ଝରିଲା
ସେ ତୁଷାର ବର୍ଷା ବରଷଣେ ଧୀରେ
ସରେ କୁଶେଶୟ ମରିଲା ।।
ପ୍ରାତିଚୀ ଭାଲେ ପ୍ରଭାକର ଉଦୟ
କୋମଳ କିରଣ ପରସେ
ଦୁର୍ବାଦଳେ ହୀମ ବିନ୍ଦୁରେ ବିନ୍ଦୁରେ
ତା ଔଜ୍ଜ୍ଵଲ୍ୟ ରୂପ ବିଭାସେ, ସତେକି ଅଳସୀ ବିଳସେ
ମୁକୁତାର ହାର କିଅବା ଗଳାରେ
ଲମ୍ଵାଇ ଅଚଳା ଝଲସେ ।।
କ୍ଷୀଣ ହେଲା ଦିବା, ଦିବାକର ବିଭା
ଦେହକୁ ଅମୃତ ସମାନ
ଲାଗିଲା, “ସକଳେ ରବିକର ତଳେ
ଦେହେ ଢାଙ୍କି ଶୀତ ବସନ , ନିଦାଘେ ଯେସନେ ଚନ୍ଦନ
ସମାନ ମିହିର କର ଜନମନ
ଦୁଃଖ କୁ କରଇ ହରଣ ।।
ଯେମନ୍ତ ଗ୍ରୀଷମ ପ୍ରଚଣ୍ଡ ଗ୍ରୀଷ୍ମ ରେ
ଉର୍ବୀ ହୁଏ ବହ୍ନି ସମ
ତହୁଁ ବଳି ତାର ଶୀତଳ ପ୍ରକୋପେ
ଧରା ହୁଏ କଂପମାନ , ଶୀତ ତ ହେଲାଣି ବିଷମ
ଶୀତରେ ପ୍ରସୂନ ନଫୁଟେ ପାଦପେ
ଦିଶଇ ଯଥା ଶିରୀ ହୀନ ।।
ତୁଷାର ସହିତ ମୃଗାଙ୍କ ନକ୍ଷତ୍ର
ରସା ରେ ଶୀତଳ କୈ।ମୁଦୀ
ଥରଏ ସଚରାଚର ତା ପ୍ରତାପେ
ବୈଶ୍ଵାନର ସର୍ବେ ଲୋଡ଼ନ୍ତି , ଶୀତ ବାସ ଅଙ୍ଗେ ଢାଙ୍କନ୍ତି
ପ୍ରବାସେ ବିରହି ପ୍ରୀୟା ର ପରଶ
ବିଚ୍ଛେଦେ ରଜନି କାଟନ୍ତି ।।
ଏହି ଶୀତକାଳ କରଇ କାତର
ଦୁଃଖୀ ଜନ ଦୁଃଖେ ଆତୁର
ତଥାପି ଅନେକ ଫୁଲ,ଫଳ ଦାନ
ଦେଇଥାନ୍ତି ଋତୁବର , କିନ୍ତୁ କଷ୍ଟ ଦ୍ୟନ୍ତି ଅପାର
ସେ କ୍ଳେଶ ହୃଦୟ ପଟରେ ଅନେକ
କାଟଇ ଦୁଃଖ ର ଗାର ।।
