
କାହିଁକି ଏତେ ଅଙ୍କାବଙ୍କା
ଏ ଜୀବନର ବାଟ
ମହାଭାରତ ପରି
ଅନେକ ଭିନ୍ନ ଚରିତ୍ର
ମୋ ଆଖି ଆଗରେ ।
ପ୍ରତି ମୁହୂର୍ତ୍ତରେ ଦ୍ଵନ୍ଦ
ଆଉ ଆତ୍ମବିଶ୍ୱାସ ର ଲଢେଇ
ଏଇ ମନ କୁରୁକ୍ଷେତ୍ରପରେ ।
ଚକ୍ରଧର ବିବେକ ମୋହର
ବେଳେ ବେଳେ ନିର୍ଦେଶ ଦିଅନ୍ତି
କର୍ଣ୍ଣରୂପୀ କପଟିକୁ
ମାରିବାକୁ ଜୀବନ ଯୁଦ୍ଧରେ
ଛଳନାର ଧନୁ ଆଉ
କପଟ ତୀରରେ ।
ଶେଷରେ କ'ଣ ପାଇଛି
କ'ଣ ହରେଇଛି
ଅଛିଣ୍ଡା ଏ ଅଙ୍କ କସୁ କସୁ
ଦୁଇଆଖି ନଇଁ ଯାଏ
ଏ ଜୀବନ ଶୋଇଯାଏ
ନପାହିବା ରାତିର ବେଳାରେ
ବହଳ ସେ ଅନ୍ଧାର କୋଳରେ ।
ସିଦ୍ଧେଶ୍ଵର ତ୍ରିପାଠୀ
କୁଣ୍ଡିଲୋ, କେରଙ୍ଗ, ଖୋରଧା
