
ପ୍ରତି ବରଷ କାର୍ତ୍ତିକ ମାସେ
ଆସୁଚି ଦୀପାବଳୀ
ବାଣ ଫୁଟାଇ ମଜା କରିବା
ସଭିଏଁ ହେବା ମେଲି..।
ଆମ ବଂଶର ପୂର୍ବ ପୁରୁଷ
ଯେତେକ ଜେଜେ ଜାକି
ଜମ ପୁରରୁ ଆସୁଥାଆନ୍ତି
ବଂଶଧର କୁ ଦେଖି ...।
ତାଙ୍କରି ଖୁସି ସରାଗ ପାଇଁ
ହୁଅଇ ପିଠା ପଣା
କ୍ଷୀରି କାକରା ଆରିସା ବରା
ତେଲରେ ହୁଏ ଛଣା ...।
ଅନ୍ଧାରେ ଆସି ଅନ୍ଧାରେ ଗଲେ
ଭୁଲିବେ କାଳେ ପଥ
ଦୀପାଳୀ ଜାଳି ଅନ୍ଧାର ପଥ
କରିବା ଆଲୋକିତ ....।
ଭାଇ ଚାରା ର ପରବ ଏହି
ଭେଦ ଭାବନା ଭୁଲି
ଆତ୍ମୀୟ ଜନ ଡାଙ୍ଗ ଦେଖାଉ
ଘର କୁ ଘର ବୁଲି....।
ଜ୍ଞାନ ରୂପକ ଆଲୋକ ଜାଳି
ବୁଲି ଘର କୁ ଘର
ଅଜ୍ଞାନ ରୂପୀ ଅନ୍ଧକାର କୁ
କରାଇ ଦେବା ଦୁର ....।
ଦୀପାବଳିରେ ଦୀପ ଜାଳିବା
ଫୁଟାଇ ବନି ବାଣ
ବାଣ ଫୁଟାଇ ପରିବେଶ କୁ
ନ କର ପ୍ରଦୂଷଣ ....।
କାଳ କାଳ ରୁ ଜନ ସମଜରେ
ଚଳି ଆସିଛି ଧାରା
ସଭିଏଁ ମିଳି ପାଳିବା ପର୍ବ
ନ ଭୁଲି ପରମ୍ପରା.. ।
Kumuda Chandra Dalei
