
ଆମରି ହସ ଚହଟ ଚମ୍ପା
ଭାରତମାଆ ଅଞ୍ଚଳେ,
ମହକାଇ ଦେବୁ ଆମରି ସୁରଭି
ଜ୍ଞାନଲୋକ ଜ୍ୟୋତିବଳେ....
ଏକଥାକୁ ହେଜି ନେହରୁ ଚାଚାଜି
ନିଜ ଜନ୍ମଦିନ ସ୍ମୃତି
ଉତ୍ସର୍ଗୀତ କଲେ ଶିଶୁଙ୍କ ନାମରେ
ଦେଇ ସ୍ନେହାଶିଷ ପ୍ରୀତି.....
ଛୋଟଦେହେ ଭରା ଦିବ୍ୟ ସମ୍ଭାବନା
ଆଜିକେ ବୁଝୁଚି କାଇଁ !
ଖାଦ୍ୟ ବସ୍ତ୍ର ଶିକ୍ଷା ଉତ୍ତମ ଚିକିତ୍ସା
ଅନୁକୂଳ ସ୍ଥିତି ନାଇଁ....
ଶାସକ ବିବେକ ବିକଶିତ ପାଇଁ
ଆଶିଷ ଦିଅ ଚାଚାଜି
ପ୍ରତିଭା ର ପ୍ରଭା ଆଲୋକିତ ହେଉ
ନବୀନ ସୂର୍ଯ୍ୟଟେ ସାଜି.....
ସନ୍ତୋଷ ପଟ୍ଟନାୟକ
ବେଗୁନିଆପଡା ବ୍ଳକ୍, ତିରିଡା, ଗଞ୍ଜାମ
