ଏହି ଦେଶର ବଗିଚାରେ
ଆମେରେ କୁସୁମ କଳି
ଫୁଲ ହୋଇ ଫୁଟିବା ଦିନେ
ହସିବା ଖିଲିଖିଲି I
ବଗିଚା ମାଟି ଆମର ମାଆ
ବଢାଇବା ତା ଯଶ
ଆମକୁ ଦେଖି ମାଆ ଓଠରେ
ଫୁଟି ଉଠିବ ହସ. I
ଆମରି ବାସେ ଛୁଟି ଆସିବେ
ଜାତିଜାତି କା ଅଳି
ସଭିଙ୍କୁ ଆମେ ଆପଣେଇବା
ଭେଦ ଭାବନା ଭୁଲି. I
ସୁନ୍ଦର ପଣେ ବାତୁଳ ଜନେ
ସଂଚାର ହେବ ଜ୍ଞାନ
କବିଙ୍କ ମୁଖେ ଫୁଟିବ ଭାଷା
ଖୁସି ହୋଇବେ ଜନ I
ଆମରି ଯତ୍ନ କରିଲେ ନିଶ୍ଚେ
ହୋଇବୁ ଆମେ ପୃଷ୍ଟ
ରୂପ ରଙ୍ଗରେ ହୋଇବୁ ଭରା
ଗଣା ହେବୁ ଉତ୍କୃଷ୍ଟ. I
ରଙ୍ଗ ବେରଙ୍ଗେ ଗଢ଼ା ହୋଇବୁ
ଦିଶିବ ଭାରି ତୋରା
ସବୁରି ହିତ ଗୁଣ ଯେତେକ
ଅଙ୍ଗେ ହୋଇବ ଭରା. I
ରୂପ ଗୁଣକୁ ବାଣ୍ଟିବୁ ନିତି
ଦେଶ ବିଦେଶ ଜନେ
ଜନମ ମାଟି ଗୁଣ ସୁମରି
ମୃତ୍ୟୁ ଲଭିବା ଦିନେ. I
Kumuda Chandra Dalei
Polasara, Ganjam, Pin-761105
0 Comments
You can write now your valuable comments here. Off-topic comments may be removed or deleted without prior notice.