ହେ ଆଲୋକର ପର୍ବ...
ତୁମେ ସିନା ଆସ ଜାଳିବାକୁ ହୃଦୟର ଦୀପ,
ଜ୍ଞାନର ଦୀପାଳି
ଦୂର କରିବାକୁ ଅମାନ୍ଧକାର.....
ଅବିଳମ୍ବେ ଫୁଟିଯାଏ ଅନ୍ତରର ପ୍ରଫୁଲ୍ଲତା କୁସୁମ
ଭାଗ୍ୟର ପୂଜାଥାଳିଟା ମୁରୁକି ହସେ
ସମୃଦ୍ଧିର ଅର୍ଘ୍ୟ ନାଚି ନାଚି ଡିଆଁ ମାରେ
ହୃଦୟର ପବିତ୍ରତା ଚରିଯାଏ ହିନ୍ଦୁ ଲଲାଟରେ
ସାଜିବାକୁ ପ୍ରେମର ଆସର॥
ସେଦିନ ୧୪ବର୍ଷର ଅପେକ୍ଷାର ଅନ୍ତ
ସ୍ୱାଗତ କଲା ରାମ,ସୀତା,ଲକ୍ଷ୍ମଣ..ହନୁମାନଙ୍କୁ ଅଯୋଧ୍ୟାକୁ
ତେଜିବାକୁ ଆଶାର ସଳିତା
ଦେଖିବାକୁ ଚେନାଏ ଗୋଲାପି ହସ ମହାତ୍ମାଙ୍କ ଓଠରେ
ଫୁଟାଇଲ ଚକଚକିଆ ବାଣ
ଶୁଣିବାକୁ ଆବେଗର ଧ୍ୱନି
ବିଦାୟ ଦେଇ ଦୁଃଖର ଲୁହ
ଜାଳିପୋଡି ଘଉଡାଇ ଦେଲ ଯନ୍ତ୍ରଣାର ଅନ୍ତଃଧ୍ୱନି
ବନ୍ଦାଇଲ ମା' ଲକ୍ଷ୍ମୀଙ୍କୁ ଭକ୍ତିର ସ୍ୱରରେ...॥
ତୁମେ ଉତ୍କଣ୍ଠାର ମଧୁର ବିଜ୍ଞାନ
ଉତ୍ତେଜନାର ଜୀବାଣୁଙ୍କୁ ପୋଡିମାର ନିର୍ମଳ ଅଗ୍ନିରେ
ହିଂସାଦ୍ୱେଶର ଦୀର୍ଘଶ୍ୱାସ ଛାଡ
ଦେଖାଅ ପୂର୍ବଜଙ୍କୁ ଦୀପ୍ତ ମଶାଲ
ଆରାଧନାର ସ୍ୱଚ୍ଚ ଜଳରେ ଛିଞ୍ଚିଦିଅ ସ୍ନେହ,ଶ୍ରଦ୍ଧା..ଆତ୍ମୀୟତା
ସନ୍ତୁଷ୍ଟ କର ସଭିଙ୍କୁ ଆନନ୍ଦର ସୁଷମାରେ...॥

ନାରାୟଣ ଚନ୍ଦ୍ର ସେନାପତି, ଶିକ୍ଷକ
ସରକାରୀ  ଉ.ପ୍ରା. ବିଦ୍ୟାଳୟ
ତେଲକୋଇ, କେନ୍ଦୁଝର, ପିନ୍-୭୫୮୦୧୯