
ଅସତ୍ୟ ଉପରେ ସତ୍ୟର ଜୟ ଭାଷଣ ସସମ୍ଭାଷ
ଶଦ୍ଦ ମାଳାରୁ ଉଦ୍ଧୃତ ସେତ ଭାଷାକୋଷେ ବିଶେସଣ ।।
କାହିଁ ସତ୍ୟ ତୁମେ କେଉଁଠି ଲୁଚିଛ ଖୋଜିଲେ ମିଳେନି ଆଜି
ଯେଉଁଆଡେ ଚାହେଁ ଚର୍ତୁପାଶ୍ୱରେ ଅସତ୍ୟ ମଣିଷ ପାଜି , ।।
ବୁଲୁଛି ଆନନ୍ଦେ ବିସ୍ତାରି ତାହାର ଅତିକାୟ କାୟା ଦେଖ
କାହିଁ ସତ୍ୟ କାହିଁ ବିଜୟ କେତନ କାହିଁ ଶାନ୍ତି କାହିଁ ସୁଖ ? ।।
ଆକାଶୁ ନିର୍ଗତ ଅଗ୍ନି ଷ୍ଫୁଲିଙ୍ଗ ପବନ ଧୂଆଁ ରେ ଭରା
ପ୍ରଦୁଷିତ ମାଟି ମା କାନ୍ଦ ରୋଳେ ମଣିଷ ଖୋଜେ ସାହାରା ।।
ବିଜୟା ଦଶମୀ ବିଜୟ ଝଣ୍ଡା ଅସତ୍ୟ ଦଣ୍ଡ ପରେ
ନିସ୍ତେଜ, କାହିଁ ଉଦ୍ଦାମ ରୂପ ତା ଉଡେ ନାହଁ ଫରହରେ ।।
ବିଶ୍ବ ଆକାଶେ ନିସ୍ବ ନିଶ୍ବାସେ ଝଡ଼ ହୁଏ ପୁଞ୍ଜି ଭୁତ
ଅକାଳ ମୃତ୍ୟୁ ସହସା ମଣିଷେ କରିଲାଣି କୋଳାଗ୍ରତ ।।
ତଥାପି ଲୋ ମା ତୋର ନିରାଜନା ସତ୍ୟର ସାହାନାଇ
ବାଜୁଛି, ଆ ତୁ ପ୍ରଫୁଲ୍ଲ ଚିତ୍ତେ ରକ୍ଷା କାରଣାର୍ଥେ ମହୀ ।।
ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା
