ଉର୍ଦ୍ଧ୍ଵବାହୁ ହୋଇ ଶରଣ ମାଗୁଛି - ରମେଶ ଚନ୍ଦ୍ର ମିଶ୍ର

0

ଉର୍ଦ୍ଧ୍ଵବାହୁ ହୋଇ ଶରଣ ମାଗୁଛି
            ଶରଣ ଦିଅ ହେ ପାଦତଳେ
ଊଣା କରନାହିଁ ମୋ ପାଇଁ କରୁଣା
            ଅନାଥ କରନା ମହୀତଳେ ।୧

ଊର୍ଜସ୍ଵଳ ତୁମ ରୂପର ମାଧୁରୀ
             ନୟନ ମୋ ନିତି ଝୁରୁଥାଏ
ଉର୍ଦ୍ଧ୍ଵକୁ ଅନାଇଁ ତୁମ ପଥ ଚାହିଁ
               ଦୁଃଖ-ଦାବାନଳେ ଜଳିଯାଏ ।୨

ଉର୍ଦ୍ଧ୍ଵଗାମୀ କର ମୋ ଚିନ୍ତା ଚେତନା
               ମିଛ ମାୟାଠାରୁ ଦୂରେଇବି
ଉର୍ଦ୍ଧ୍ଵଲୋକବାସୀ ହେ ଲକ୍ଷ୍ମୀପତି
              ଅନ୍ତେ ତୁମ ଅଙ୍ଗେ ଲୀନ ହେବି ।୩

ରମେଶ ଚନ୍ଦ୍ର ମିଶ୍ର
ସମ୍ପାଦକ, ତ୍ରିଧାରା ସାହିତ୍ୟ ସଂସଦ,
ବଇଣ୍ଡା, ଅନୁଗୋଳ 

Post a Comment

0Comments
Post a Comment (0)