ଅଭିମାନ - ପ୍ରତିମା ଓଝା

0

ଯେତେ ଅଭିମାନ କରିବାର ଅଛି
କରିନିଅ ପ୍ରିୟ ଏବେ
ମଲା ପରେ ମୋ ଶବ ଉପରେ
ଲୁହ ଢାଳିବନି କେବେ.......

ନାହିଁ ନଥିବା ତମର ସେ ପ୍ରେମ ନିଆଁରେ
ମୋତେ ତମେ ଜାଳି ଦେଲ
ଅନାଗତ ପ୍ରାୟ ମୁଁ ଜଳୁଥିବା ବେଳେ
କେତେ ତମେ ଖୁସି ହେଲ......

ଆଲୁଅ ସେ କେବେ ପାରିବନି ବୁଝି
ଅନ୍ଧାର କାନ୍ଦେ ଯେ ବାହୁନି
ତମେ କି ବୁଝିବ ମୋ ମନ ବେଦନା
ପରତେ ଜମାରୁ ଆସୁନି......

ପ୍ରତିମା ଓଝା, ଜଗତସିଂହପୁର

Post a Comment

0Comments
Post a Comment (0)