ଶ୍ରୀ ରାଧା - ଘନଶ୍ୟାମ ସାହୁ
ଶ୍ରୀ ରାଧ।:
ବୃଷଭାନୁ ଜେମା
ଶ୍ରୀକୃଷ୍ଣଙ୍କ ପ୍ରାଣର ସଙ୍ଗିନୀ
ଆହ୍ଲାଦିନୀ ଶକ୍ତିମୟୀ
ପ୍ରେରଣା ଦାୟିନୀ,
ପ୍ରାଣ ଶକ୍ତି କୃଷ୍ଣଙ୍କର
କାୟା ସହ ଛାୟା ପରି
ସଦା ବିଦ୍ୟମାନ,
ସୂକ୍ଷ୍ମ ଶରୀରରେ
ଏକଇ ଶରୀରେ ପ୍ରାଣ ଅଧା ଅଧା
ନୁହନ୍ତି ସେ କେବେ ଭିନ୍ନାଭିନ୍ନ ।
ଶ୍ରୀ ରାଧା
ସେ ଏକ ଦଗ୍ଧ ଫୁଲବନ
ଦେହ ଦେଇ, ଦେହାତୀତ ହୋଇ
ଯେ ଗାଇପାରେ ସମ୍ପୂର୍ଣ୍ଣ ସମର୍ପଣ ର
ସୁଲଳିତ ମଧୁକ୍ଷରା ସ୍ବନ ।
ମିଳନରେ ସଦା ଆତୁରତା ,ବ୍ଯାକୁଳିତା,
ପୁଣି ବିଚ୍ଛେଦରେ ତୀବ୍ର ଶୀତଳତା
ବିଚ୍ଛେଦର ମାନସିକ ଯନ୍ତ୍ରଣା ମଧ୍ୟରୁ
ନୈସର୍ଗିକ ଆନନ୍ଦରେ କରିଥାନ୍ତି ସ୍ନାନ
ରୋମନ୍ଥନ କରି ମିଳନର
ମଧୁର ମୂହୁର୍ତ୍ତ ,
ସାଉଁଟିଲା ପରି ଗଭୀର ଜଳରେ
ଶାମୁକା ରୁ ମୁକ୍ତା
ଶାନ୍ତା କାନ୍ତା କୋମଳ ଲଳିତ ।
ଶ୍ରୀରାଧା:
କୃଷ୍ଣ ନାମ ପୂର୍ବେ
ଯୋଡି ହୋଇଯାଏ,
ସେ ନାମରେ ପାଇବାକୁ ମୁକ୍ତି
ଭାବାବେଗ ରେ ଉବୁଟୁବୁ ହେଲେ ମଧ୍ୟ
ଭକ୍ତ କଣ କେବେ ସହଜରେ
ପାଇପାରେ ଶ୍ରୀ ରାଧା ଦର୍ଶନ
କାରଣ ସେ ଦେବୀ ନୁହନ୍ତି,
ବରଂ ସେ ଏକ ଶାଶ୍ୱତ ଚେତନା,
ଏକ ଦିବ୍ୟ ଭାବ,
ପାଇବାକୁ ଶ୍ରୀ ହରି ସାନ୍ନିଧ୍ୟ
ନିଜକୁ ସଜାଡି ନେବା ଶ୍ରୀଚୈତନ୍ଯ ସମ
ଶ୍ରୀକୃଷ୍ଣ ପ୍ରିୟା ପରମ ଆରାଧ୍ୟା
ଅଲୈ।କିକ ପ୍ରେମର ମୂର୍ତ୍ତୀମୟୀ ନାବ ।
ଘନଶ୍ୟାମ ସାହୁ
ଯୁଗ୍ମ ସମ୍ପାଦକ--ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡ।,
ପୋ :ଅ: କିଶୋର ଗଞ୍ଜ ,ଜିଲ୍ଲା-ଅନୁଗୋଳ,
ମୋବାଇଲ ନମ୍ବର -- ୯୪୩୭୬୬୪୫୩୭,
ପିନ୍ କୋଡ --- ୭୫୯୧୨୭