
ପ୍ରେମପ୍ରଣୟର ସୀମାସରହଦ
କଲା କିଏ ଅତିକ୍ରମ ;
ପ୍ରେମପାଇଁପ୍ରେମୀ ସାଜିଲାସୁନାମୀ
ଲାଗଇ ବଡବିଷମ !!
ସବୁ ସମ୍ଭାବନା କଲାଆନମନା
ଆଖି ସପ୍ନ ଗଲା ହଜି;
ପ୍ରେମ ପରିଣାମ ଖାଲିବଦନାମ
ପ୍ରେମ ଝଡଆସେ ଗର୍ଜି !!
ପ୍ରତୀକ୍ଷାର ଅନ୍ତ ଘଟିଲାନିଶ୍ଚିତ
ବିରହ ର ଚିତ୍କାରରେ ;
ପ୍ରେମିକା ନାୟିକା ସପ୍ନବିଭୀଷିକା
ବିଷ ଦେଲା ବିଶ୍ୱାସରେ !!
ପ୍ରେମର ଜୀବନ୍ତ ରମ୍ୟ କାନ୍ତି ଦୃଶ୍ୟ
ସ୍ମୃତିରେ ବିସ୍ମୃତି ହେଲା ;
ଅଧୁରାସପନ ଦୁଃଖର କାରଣ
ହୃଦୟକୁ ଜାଳିଦେଲା !!
ପ୍ରତୀକ୍ଷାର ଫଳ ନୁହଁଇ ମିଷ୍ଠକ
ଭବିଷ୍ୟତ ଅନ୍ଧକାର ;
ପ୍ରେମର ଗଣିତ ତୃଟିପୂର୍ଣ୍ଣ ମୋର
କ୍ଷୀଣ ହେଲା କଣ୍ଠ ସ୍ୱର !!
ପ୍ରତାରଣା କଲା ମୋତେ ବାଟ ବଣା
ଠିକଣା ମୋ' ହଜି ଗଲା ;
ମରୁ ମରୀଚିକା ଶୋଷରେ ମାରିଲା
ତଣ୍ଟି ମୋର ଶୁଖିଗଲା !!
ପ୍ରେମପଥ ଶୂନ୍ୟ ନାହିଁ ମୋ' ସପନ
ଅବସାଦେ ବିତେ ଦିନ ;
ହୃଦୟରେ କୋହ ଆଖିରେ ମୋ' ଲୁହ
ମରିନି ମୋ'ପ୍ରେମ ମନ !!
ନୂଆସ୍ୱପ୍ନ ଦେଖି ପ୍ରିୟା ଗଲା ହଜି
ପ୍ରେମ ରାଇଜକୁ ତା'ର ;
ଅଭାଗା ପ୍ରେମୀକ ତୁଟିନି ମୋ'ମୋହ
ଶୁଣୁଚି ତା' କଣ୍ଠସ୍ୱର !!
ପ୍ରେମର ରହସ୍ୟ କରେ ଅଟ୍ଟହାସ୍ୟ
ପ୍ରେମୀକ ସାଜିଲୁ କାହିଁ ;
ପ୍ରେମର ପାଉଣା ପାଇନୁତୁ ଜମା
ସୁଖର ସମ୍ଭାର ନାହିଁ !!
ହେ ପ୍ରିୟା ପ୍ରହେଳିକା ମରୁ ମରୀଚିକା
ଆସିବକି ଆଉ ଫେରି;
ମୁଁ'ପ୍ରେମୀ ସରାଗୀ ହସି ଉଠିବିକି
ପ୍ରେମ ଜୟ ଗାନ କରି !!
ସଦାନନ୍ଦ ସାହୁ,
ଧୁରୁଷିଆ, ଆଠଗଡ଼, କଟକ
