
ଇଙ୍ଗିତରେ ତୁମ ଚାଲେ ଏ ସଂସାର
ଇଷ୍ଟ ମୋର ଜୀବନର । (୦)
ଇନ୍ଦ୍ରିୟ ନିଗ୍ରହ କରନ୍ତି ଅଥୟ
ଇନ୍ଦ୍ରଜାଲ ଘୋଟିଅଛି
ଇୟତ୍ତା ହରାଏ ଏ ମିଛ ସଂସାରେ
ଇଷ୍ଟମନ୍ତ୍ର ଭୁଲିଅଛି
ଇନ୍ଦିରାରମଣ ଆରତନାଶନ !
ଇହଜନ୍ମୁ କର ପାର ।
ଇଚ୍ଛାମୟ ହେ ! .......(୧)
ଇସାରାରେ ତୁମ ଚାଲେ ଏ ସଂସାର
ଇହକାଳ ପରକାଳ
ଇଷ୍ଟଦେବ ରୂପେ ବସ ମୋ ହୃଦରେ
ଇତିପୂର୍ବୁ ଜୀବନର
ଇଚ୍ଛଇ ମୁଁ ହେବି ଚରଣ କିଙ୍କର
ଇତର ମନେନକର ।
ଇଚ୍ଛାମୟ ହେ ! ........(୨)
ରମେଶ ଚନ୍ଦ୍ର ମିଶ୍ର,
ସମ୍ପାଦକ, ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡା, ଅନୁଗୋଳ
ସମ୍ପର୍କ-୯୪୩୮୪୮୧୧୩୬
