ଆଦିମ ମାନବ ଉଲଗ୍ନ ବାନର
ଜାଣି ନ ଥିଲା ପୋଷାକ
ବିଜ୍ଞାନ ଛୁଆଁରେ ପିନ୍ଧି ହସି କହେ
ଭେକ ଥିଲେ ମିଳେ ଭିକ॥
ଲଜ୍ଜା ନିବାରଣ କରେ ସିନା ସିଏ
ଧୁଳି ମଳି ଦିଏ ଦୂରେଇ
ରଙ୍ଗ ବେରଙ୍ଗରେ ରୁଚି ସଉକରେ
ଆନନ୍ଦେ ହୁଏ ସେ ସଜେଇ॥
ଲଜ୍ଜା ଲାଗେ ଆଜି ବିକୃତ ମାନବ
ପିନ୍ଧେ ଛିଣ୍ଡା ଫଟା ସାନ
ଅଙ୍ଗ ପ୍ରଦର୍ଶନ କରି ଡାକୁଥାଏ
ଉନ୍ମାଦନା ଅପମାନ॥
ମନକୁ ଆନନ୍ଦ ତନୁକୁ ସୌନ୍ଦର୍ଯ୍ୟ
ମାନ, ସମ୍ମାନ ଇଜ୍ଜତ
ଅରଯେ ବ୍ୟକ୍ତିତ୍ୱ ରୁହେ ସେ ସଞ୍ଜତ
ସୂଚେ ସଭ୍ୟ ଆଉ ଶିକ୍ଷିତ॥
ଅସଭ୍ୟ ପିନ୍ଧେନା ଶୁଦ୍ଧ ପୂତ ବସ୍ତ୍ର
ମହତକୁ କରେ ବିକୃତି
ଶିଶୁ ଗୁରୁ ଅାଉ ପୋଲିସ ସୈନିକ
ଗଣବେଶେ ରଚେ ସଂସ୍କୃତି॥
ଆଜିର ଓଡିଆ ଖୋଜୁଛି ପାଉନି
ଓଡିଆ ବୋହୂର ପୋଷାକ
ବିଦେଶୀ ବେଶରେ ଭାରତୀୟ ହସି
ମେଣ୍ଟାଉଛି ମ୍ଳେଛ ସଉକ॥
ଦର୍ଶନ କହେ ନମ୍ରତା ପୋଷାକ
ସବୁଠାରୁ ନାମି ଦାମି
ନ ଥିଲେ ବିବେକ ନ ଥିଲେ ଭଦ୍ରତା
ସବୁ ପୋଷାକ ଅକାମୀ॥
ନାରାୟଣ ଚନ୍ଦ୍ର ସେନାପତି, ଶିକ୍ଷକ
ସରକାରୀ ଉ. ପ୍ରା. ବିଦ୍ୟାଳୟ, ଡିମିରିଆ, ତେଲକୋଇ,
କେନ୍ଦୁଝର, ପିନ୍ - ୭୫୮୦୧୯
0 Comments
You can write now your valuable comments here. Off-topic comments may be removed or deleted without prior notice.