ପ୍ରଶ୍ନ କରୁଛି ମୁଁ ନିଜେ ନିଜକୁ କାହିଁକି ମୁଁ ପାଦ ଥାପିଛି ଏ ଦୁନିଆଁ ବୁକୁରେ କେମିତି ଆପଣେଇଛି ଅନିଶ୍ଚିତ ମୁହୂର୍ତ୍ତକୁ.. ନାଁ ତା'ର ଜୀବନ ଜାଣି ସୁଧା ଅବଶ୍ୟମ୍ଭାବୀ ସତ୍ୟକୁ କରିଚାଲିଛି ସ୍ଵାର୍ଥର ସାଧନ ॥ ଜୀବନ ଯେ ପାନ୍ଥଶାଳାର ରାତିଟିଏ ସକାଳ ଆସିବା ପୂର୍ବରୁ ପାଶୋରୀ ଦିଏ ସବୁ ଠିକଣା କେମିତି ପାରୁନି ମୁଁ ବୁଝି.. ଏ ମିଥ୍ୟା ପ୍ରବଞ୍ଚନା ଶୁଣି ସୁଧା ମହାକାଳର ଡାକରାକୁ ପାଲଟିଛି ରାତିର ବାରଙ୍ଗନା ॥ ପୁଣି, ମଶାଣିର ଜୁଇ ଆଲୋକରେ ଦେଖୁଛି ମୋ ପରଳ ଆଖିରେ ଅସ୍ପଷ୍ଟ ହେଲେବି, ବାରି ହୋଇପଡୁଛି.. ଜୀବନର ସତ୍ୟ ଆଉ ମହାକାଳର ତୁର୍ଯ୍ୟନାଦରେ ଶୁଭୁଛି ହରିନାମ ସତ୍ୟ ରାମନାମ ସତ୍ୟ ॥

ଲକ୍ଷ୍ମୀନାରାୟଣ ପଟ୍ଟନାୟକ
ମଙ୍ଗଳାଯୋଡି, ଖୋରଧା, ଓଡିଶା
ଦୂରଭାଷ : ୯୮୬୧୬୧୬୧୨୬