
ମନ ମୋର ଆଜି କରେ ଖାଲି ଜିଦି
ଦେଖିବା ପାଇଁ ତୁମକୁ,
କେମିତି କହିବି ଚାଲି ଯାଇଅଛ
ଭାଙ୍ଗି ତୁମେ ହୃଦୟକୁ,,।।
ଅବୁଝା ଭାରି ଏ ମନଟା ମୋହର
ବୁଝି ପାରିବନି ଜମା,
କ୍ଷଣିକେ ପାଇଁବି ରହିପାରିବନି
କେବେବି ଯେ ତୁମବିନା,,।।
ପ୍ରତିମୁହୂର୍ତ୍ତରେ ଖୋଜୁଅଛି ନିତି
ମନଟା ଖାଲି ତୁମକୁ,
ତୁମରି ବ୍ୟତିତ ଜୀବନରେ ସତେ
ପାଇନି ଭଲ କାହାକୁ,,।।
ସାଇତି ରଖିଛି ଅସରନ୍ତି ପ୍ରେମ
କେବଳ ତୁମରି ପାଇଁ,
ହୃଦୟ ଭିତରେ ତୁମେ ଖାଲି ଅଛ
ତୁମ ଛଡା କେହି ନାହିଁ,,।।
ମିଥୁନ୍ ସାହୁ
ମାଳ ତେନ୍ତୁଳିଆ, ପୋଲସରା, ଗଞ୍ଜାମ
