ଭୋଦୁଅ ଶେଷରେ ଅଶିଣ ଆସିଲା
ଦୂରେଇ ଯାଇଛି ମେଘ
ଧଳା ବଉଦ ଯେ ମାଳ ମାଳ ଭାସେ
ଶୋଭା ଦିଶେ ଚଉଦିଗ ।
ଆକାଶ ଦିଶିଲା ତୋରା
ସୁନା ସୋରିଷିଆ କ୍ଷେତରେ ପବନ
ଲହଡ଼ି ଭାଙ୍ଗୁଛି ପରା ।।
ମାଟି ଦର୍ପଣରେ ନିଜର ମୁହଁକୁ
ଆକାଶ ଯେ ଦେଖୁଥାଏ
ଖୁସିରେ ବିଭୋର ହୋଇ କାଶତଣ୍ଡି
ଆନନ୍ଦରେ ନାଚୁଥାଏ
ହସର ପସରା ଧରି
ଶରତ ଆସିଛି ପାଦ ଚିପି ଚିପି
ମର୍ତ୍ତ୍ୟ ଲାଗେ ସ୍ୱର୍ଗପୁରୀ ।।
ମହିଷାଅସୁର ଵିକଟାଳ ଶଦ୍ଧେ
ତିନି ପୁର ଥରହର
ତ୍ରାହି ତ୍ରାହି ସବୁ ଡାକ ଯେ ଛାଡିଲେ
ରକ୍ଷାକର ରକ୍ଷାକର
ହରିବାକୁ ପାପ ସତ୍ତା
ସେହିକ୍ଷଣେ ପରା ଆର୍ବିଭାଵ ହେଲେ
ଆଦିଶକ୍ତି ଆଦିମାତା ।।
ଅନଳରୁ ଦେହରୁ ଆସି ଦଶଭୂଜା
ହୋଇଲେ ଯେବେରେ ଯାତ
ସତେକି ଜଳୁଛି କୋଟିଏ ସୂରୁଯ
ଦେଖି ଦୈତ୍ୟ ଆଚମ୍ବିତ
ମହାଶକ୍ତି ମହାମାୟୀ
ଯେବେରେ ଭେଦିଲେ ଛାତିରେ ତ୍ରିଶୁଳ
ଶାନ୍ତ ହୋଇଗଲା ମହୀ
ଧରାକୁ ସରା ଯେ ମଣେ
ଧର୍ମର ପ୍ରତିଷ୍ଠା କରିବା ପାଇଁକି
ଏମିତି ଆସନ୍ତି ଜଣେ ।।
ପ୍ରକାଶ କୁମାର ଚାନ୍ଦ
ଜୟପୁର ଶାସନ, ପିପିଲି, ପୁରୀ
ମୋ - ୯୮୫୩୩୫୪୯୩୮
0 Comments
You can write now your valuable comments here. Off-topic comments may be removed or deleted without prior notice.