ଫୁଲରାଣୀ ଦିନେ ବାଟ ଭୁଲିଯାଇ
ଅଗଣାକୁ ମୋର ଆସିଲା ବୁଲି,
ତାକୁ ଦେଖି ମୋର ହୋସ ଉଡିଗଲା
ସେ ହସୁଥିଲା ଖିଲି ଖିଲି।
ମୋଦେହ ବାସ୍ନାରେ ସୃଷ୍ଟି ହେଲା ଭ୍ରମ
ତା ଘର ପଥକୁ ଗଲା ସେ ଭୁଲି,
ଭୁବନମୋହିନୀ ରୂପରେ ମୋତେସେ
ବନ୍ଦୀ କଲା ଦେଇ ଜାଲି।
ଡେଣାଝାଡି ମୋତେ ସମ୍ମୋହିତ କଲା
କରିଲା ମୋତେ ନିଜର,
ଯେତେକ ସଞ୍ଚିତ ମଧୁ ଶୋଷିନେଇ
କରିଦେଲା ସାତପର।
ଆମ୍ପୁଡି ବିଦାରି କ୍ଷତାକ୍ତ କରିଲା
ଲହୁ ବହିଲା ହୋଇ ଧାର,
ଅଜଣା ଅଚିହ୍ନା ଅପରିଚିତର
ଠିକଣା କହିଲା ବାରବାର।
ଆଗ କରିଥିଲା ପ୍ରେମ ନିବେଦନ
ପ୍ରେମଫାଶେ ବାନ୍ଧିଦେଇ,
ମୋଠାରୁ ଅଧିକ ରାଜପୁତ୍ର ତା
ରୂପରେ ଗଲା ସେ ବଶ ହୋଇ।
ମୋ ଠାରୁ ଅନେକ ଦୂରରୁ ଦୂରକୁ
ଚାଲିଗଲା ଆଡ଼ କରି,
ଅଫରା ପଥର ପଥିକ ପରି ସେ
ଲହୁକୁ ପିଇଲା ଲୁହ ସେ କରି।
ନିଜ ହାତେ ନିଜ ସୌଭାଗ୍ୟର ପଥ
କଣ୍ଟା ଦେଇ ବୁଜି ଦେଲା,
ଦୁଃଖ ପସରାକୁ ସୁଖମଣି ପରା
ଏକା ଏକା ଚାଲୁଥିଲା।
ପ୍ରଣତି ମହାପାତ୍ର, ବାଲେଶ୍ଵର
0 Comments
You can write now your valuable comments here. Off-topic comments may be removed or deleted without prior notice.