ମଧୁ ବର୍ଣ୍ଣବୋଧ - ସଞ୍ଜୟ କୁମାର ମହାନ୍ତି

0

ଗେରୁଆ ମଲାଟ ଅଳପ କଳା
ପ୍ରଥମ ପୃଷ୍ଠାରେ ବର୍ଣ୍ଣମାଳା,
ଉପରେ ବସିଛି ଧଳା ବିଲେଇ
ଲାଞ୍ଜ ମୋଡିଦେଇ ଅଛି ଅନାଇ ,
ଓଡିଶାର ମାନ ଓଡିଆ ସନ୍ତାନ
ଧନ୍ୟ ଭକ୍ତକବି ଧନ୍ୟ ତୁମ ଦାନ,
ଓଡିଆ ପଠନ ଓଡିଆ ଲିଖନ
ଅବୋଧ ଜନର ବଢାଉଛି ଗ୍ୟାନ,
'ଅ'ବନା ବନା ଉପଦେଶ ପ୍ରାର୍ଥନା
ଢଗ ଢମାଳି ଯୁକ୍ତାକ୍ଷର ଚେତନା,
ମଧୁସୂଦନକଂ ମଧୁ ରଚନା
ସରଳ ଛବିଳ ମଧୁ ବର୍ଣ୍ଣନା,
ଏମିତି ଓଡିଆ କେହି ତ ନାହିଁ
ଛବିଳ ମଧୁ ବର୍ଣ୍ଣବୋଧ ଜାଣି ସେ ନାହିଁ  |

ସଞ୍ଜୟ କୁମାର ମହାନ୍ତି
ନ'ମୌଜା, ଆଳି, କେନ୍ଦ୍ରାପଡା
ଫୋନ୍- ୮୧୧୭୮୮୮୫୫୧

Post a Comment

0Comments
Post a Comment (0)