କୁଆଁ ତାରା ହେଲା ଦିବସ ସପନ
ସକାଳୁ କି ନିଦ ଭାଙ୍ଗୁଛି,
ଗାଁଆ ର ଗୃହିଣୀ ହୋଇ ସାହେବାଣୀ
ପୁରୁଣା କଥା କୁ ଭୁଲିଛି,
ତଥାପି ମୋ ଗାଆଁ ହସୁଛି।
ତଥାପି ମୋ ଗାଆଁ ହସୁଛି।। //୧//
ଆଧୁନିକତାର ଦୂର ଦିଗବଳୟେ
ଗାଁଆ ପରମ୍ପରା ହଜିଛି,
ଧରଣୀ ମାଆ ଟା ସର୍ବଂସହା ସାଜି
କେତେ ଦୁଃଖ କଷ୍ଟ ସହୁଛି।
ତଥାପି ମୋ ଗାଆଁ ହସୁଛି।
ତଥାପି ମୋ ଗାଆଁ ହସୁଛି।। //୨//
ନଦୀ ତୁଠ ପରେ ହଳଦୀ ଦିସୁନି
ଘାଟ ଖାଲି ଖାଲି ଲାଗୁଛି,
ମୋଡେର୍ଣ୍ଣ ଯୁଗର ବୋହୁ ଆଜିକାଲି
ବାଥ ରୁମ ଗାଧୁଆ କରୁଛି
ତଥାପି ମୋ ଗାଆଁ ହସୁଛି।
ତଥାପି ମୋ ଗାଆଁ ହସୁଛି।। //୩//
ତୁଳସୀ ଚଉରା କଅଣ ବୋଲିକି
ବୋହୁ ଯେତେବେଳେ କହୁଛି,
ମୋ ଗାଁଆ ର ବେନି ନୟନରୁ ଅଶ୍ରୁ
ଅବିରତ ଗଡି ଯାଉଛି
ତଥାପି ମୋ ଗାଆଁ ହସୁଛି।
ତଥାପି ମୋ ଗାଆଁ ହସୁଛି।। //୪//
ଗାଁ ଚାଟଶାଳୀ କୋଠା ଘର ହୋଇ
ଇଂରାଜୀ କହିବା ଶିଖୁଛି
ଖଡି ସିଲଟ କୁ ଛାଡି ଆଜି କାଲି
ପିଲାଙ୍କୁ ଟାଵଲେଟ ମିଳୁଛି
ତଥାପି ମୋ ଗାଆଁ ହସୁଛି।
ତଥାପି ମୋ ଗାଆଁ ହସୁଛି।। //୫//
ଚଷା ପୁଅ ଯେବେ ଟଙ୍କାର ଲୋଭରେ
କୁଳ ବେଉସାକୁ ଭୁଲିଛି
ବୁଢା ବାପ ତାର ଧାନ ଚାଷ କରି
ଘରକୁ ଅଗାଡି ଆଣୁଛି
ତଥାପି ମୋ ଗାଆଁ ହସୁଛି।
ତଥାପି ମୋ ଗାଆଁ ହସୁଛି।। //୬//
ଗାଁଆ ସେବାୟତ ସେବା କୁ ପାସୋରି
ସର୍କାରୀ ଅଫିସ ଯାଉଛି,
ସରକାରୀ ନୀତି ନିୟମ ପାଇଁକି
ବ୍ରାହ୍ମଣ କରଣ ମରୁଛି
ତଥାପି ମୋ ଗାଆଁ ହସୁଛି।
ତଥାପି ମୋ ଗାଆଁ ହସୁଛି।। //୭//
ଗାଁଆର ପୁଅଟେ ସହରକୁ ଆସି
ଚାକିରୀ ବାକିରି କରୁଛି
ଚାକିରୀ କରିଛି ବୋଲି ସେ କୁଆଡେ
ନୈତିକତା କୁ ତା ହାରିଛି।
ତଥାପି ମୋ ଗାଆଁ ହସୁଛି।
ତଥାପି ମୋ ଗାଆଁ ହସୁଛି।। //୮//
ଆଉ ଖରାବେଳେ ଗାଁଆ ର ମଝିରେ
ତାଆସ ଖେଳ କି ହଉଛି,
ଜୀବନ ବିକଳେ ବୁଢା ବାପା ମାଆ
ଏକାଠି ବସି କି କାନ୍ଦୁଛି।
ତଥାପି ମୋ ଗାଆଁ ହସୁଛି।
ତଥାପି ମୋ ଗାଆଁ ହସୁଛି।। //୮//
ସେହି ବାପା ମାଆ କାନ୍ଦି କାନ୍ଦି ମରେ
ଫେରିବା ପୁଅକୁ ଚାହିଁଛି,
ଆଖି ଲୁହ ଆଉ ଛାତି କୋହ ଭୁଲି
ପୁଅକୁ ଆଶିଷ ଦଉଛି।
ତଥାପି ମୋ ଗାଆଁ ହସୁଛି।
ତଥାପି ମୋ ଗାଆଁ ହସୁଛି।। //୯//
ଛାଡି ନିଜ ଗାଁଆ ଆସିଲି ମୁଁ କିଆଁ
ଅଶାନ୍ତି ରି ଶାନ୍ତି ଖୋଜୁଛି
ଅଧମ ମୁଁ ପରା ମିଶ୍ର ହୃଷିକେଶ
କପାଳରେ କର ତାଡୁଛି
ତଥାପି ମୋ ଗାଆଁ ହସୁଛି।
ତଥାପି ମୋ ଗାଆଁ ହସୁଛି।। //୧୦//
ଏଇଠି ରଖିଲି ପ୍ରିୟ ବନ୍ଧୁଗଣ
ଆଉରି ଲେଖା ତ ଚାଲିଛି
କେତେ ଚେଷ୍ଟା କଲେ ଶୀଘ୍ର ସାରିବାକୁ
ଗାଁଆ ର କଥା କି ସରୁଛି
ତଥାପି ମୋ ଗାଆଁ ହସୁଛି।
ତଥାପି ମୋ ଗାଆଁ ହସୁଛି।। //ଆଗକୁ.......//
ମିଶ୍ର ହୃଷିକେଶ
ଖଲ୍ଲିକୋଟ, ଗଂଜାମ
0 Comments
You can write now your valuable comments here. Off-topic comments may be removed or deleted without prior notice.