
କୁଆ ସବୁ କୁଆଡେ ଚାଲିଗଲେ ?
ସକାଳେ ଆଉ କା ' ରାବ ଶୁଭୁ ନାହିଁ,
ଆଉ ପିଲା ମାନଂକୁ କହି ହେଉ ନାହିଁ,
କୁଆ କା’ କଲାଣି,
ସକାଳ ହେଲାଣି,
ଧନ ରେ ଉଠି ପଡ ।
ଡାମରା କାଉ ତ ବହୁ ଆଗରୁ,
କେବଳ ପିଲାଂକ ବର୍ଣ ବୋଧ ରେ ଥିଲେ -
"ଡାମରା କାଉ ରେ ଡାମରା କାଉ ।
ଉଚ ପର୍ବତେ ବୋବାଉ ଥାଉ ।
ଆଉ ଉଚା ପର୍ବତ ବି ନାହିଁ,
କି ଡାମରା କାଉ ଜମାରୁ ନାହିଁ ।
କୁଆ ସବୁ କୁଆଡେ ଚାଲି ଗଲେ ?
ଏବେ ଆଉ ଘର ଚାଳିରେ,
କାଉ ମନେ ରାବିବେ ନାହିଁ,
କି କେହି ଚିଟାଉ ପାଇବା -
ଆଶା ରେ ଜମାରୁ ରହିବେ ନାହିଁ ।
ଏ ମୋବାଇଲ ଆଉ ଇ - ମେଲ
ଯୁଗରେ କିଏ ଯେ ଚିଟାଉ ଲେଖୁଛି ?
କୁଆ ସବୁ କୁଆଡେ ଚାଲିଗଲେ ?
ଏବେ ସକାଳେ ସକାଳେ,
ଗଣ୍ଡେ ଭାତ ଅଗଣା ରେ ବୁଣି ଦେଲେ
ଧର୍ମ ନାମେ କାଉ କୁ ଡାକିବେ କେମିତି ?
କୁଆ ସବୁ କୁଆଡେ ଚାଲିଗଲେ ?
ଏବେ ପୋକ ଜୋକ ସବୁ
ଖାଇ ଦେଇ ସଫା କରିବ କିଏ ?
ମଣିଷ ସମାଜ କରିଛି ଉନ୍ନତି,
ପହାଡ଼ କାଟି ସହର ଗଢିଛି,
ତେବେ ଆମ ପରିବେଶ କୁ
ରକ୍ଷା କରିବ କିଏ ?
କୁଆଟିଏ ନ ଥିଲେ ??
ରମାକାନ୍ତ ମିଶ୍ର
ଭି.ଆଇ.ଏମ. - ୨୬୮
ଶୈଳଶ୍ରୀ ବିହାର, ଭୂବନେଶ୍ୱର - ୭୫୧୦୨୧
ମୋବାଇଲ – ୯୯୩୭୨୬୮୦୧୨
