
ହସୁଅଛି ଦେଖ ହସୁକୁରି ଝିଅ ହସ ତା ଭାରି ସୁନ୍ଦର,
ଅଙ୍କେଇ ବଙ୍କେଇ ପାଦ ପକାଇଲେ ରୁଣୁଝୁଣୁ ତା ନୂପୁର ।
ହସିଦେଲେ ପରା କେଶରାଶି ତାର ଉଡୁଅଛି ଫର ଫର,
ମୁରୁକା ହସଟେ ଯେବେ ହସିଦିଏ ଫୁଲରେ ବସେ ଭଁଅର ।
କୁଆଁରୀ କାଳରେ ଖିଲିଖିଲି ହସେ ସତେ ଗଜମୋତି ହାର,
ସୁନେଲି ଚେହେରା ଗୋଲାପି ଓଠରେ ହସିଲେ ଲାଗେ ସୁନ୍ଦର ।
ମୁରୁକା ହସଟେ ଯେବେ ହସିଦିଏ ଝରିପଡେ ଫୁଲ ହାର,
ହସିହସୁଥିବ ହସରେ ହସରେ ପୁରିଉଠୁ ତାର ଘର ।
ମାନସ ରଞ୍ଜନ ପଟ୍ଟନାୟକ
ନିମବସନ୍ତ, ହରିରାଜପୁର, ଜଟଣୀ, ପୁରୀ
