
ନିଜ ହାତେ ଗଢି ନିଜେ ବାଲିଘର
ଭାଙ୍ଗିବାକୁ ନୁହେଁ ଇଛା ।
ବାଲିଘର ସିଏ ଭାଙ୍ଗିଯିବ ଦିନେ
ପାଇଲେ ପବନେ ଧକ୍କା ।।0।।
ମୂକ୍ତା ବୋଲି ଭାବି କାର ବୁନ୍ଦାକୁ
ସାଉଁଟିଲି ସକାଳରେ ।
ଜତନେ ପଣତେ ଲୁଚେଇ ବାନ୍ଧିଲି
ସାତ ଗଣ୍ଠି ଦେଇ ତାରେ ।।
ଉଭେଇ ଗଲା ସେ ମୋ କାନୀରୁ କାହିଁ
ମିଳିଲାନି ଆଉ ଦେଖା ।।୧।।
ସକାଳ କୁହୁଡି ଦେଖି ପହଁରିଲି
ହେଲି କେତେ ଲୋକ ହସା ।
ହତାଶା ମନରେ ପିପାସା ଜାଗିଲା
ମୃଗ ତୃଷ୍ଣା କଲି ଆଶା ।।
ଭାବି ନଥିଲି ମୁଁ ଏମିତି ସେ ଜଣେ
ଦେଇ ଯିବ ମୋତେ ଧୋକା ।।୨।।
ଗଗନ ବିହାରୀ ନାୟକ
ବିଡିଏ କଲୋନୀ, ଚନ୍ଦ୍ରଶେଖରପୁର, ଭୂବନେଶ୍ଵର
ଦୂରଭାଷ-7205293857
