କଇଳାଶ ନଗରୀ ଶୁଭ୍ର ରୈ।ପ୍ୟ ରୂପଧାରି
ନଗାଧି ରାଜାକୁ ନିନ୍ଦେ ତାହାର ରୂପ ଶୀରି
ତେଣୁ ଶରଣ ଚରଣେ
କନ୍ୟା ଦାନ କରି
ବିଚିତ୍ର ଭୂବନ ସୁନ୍ଦର କଇଳାସ ଗିରି, କଇଳାଶ ନଗରୀ...।।
ମହାଦେବ ଈଶ୍ବର ପୂଣ୍ୟମୟ ଶିବପୁରୀ
ଶିବଗଣ ମେଳରେ ବିଜୟ ପିନାକୀ ଧାରି
ପୁତ୍ର ଗଣେଶ କାର୍ତ୍ତିକ
ଦେବୀ ମାହେଶ୍ଵରୀ
ସୁର, ଗନ୍ଧର୍ବ,ନର ହେଉଥାନ୍ତି ନିଉଛାଳି , କଇଳାଶ ନଗରୀ… ।।
ଖାଦ୍ୟ ଖାଦକ ମେଳି ଏକତ୍ରିତ ବାସ କରି
ନାହିଁ ହିଂସା,ରାଗ ଭାବ ଏକସ୍ଥାନେ ବିଚରି
ସେବାରେ ମଗ୍ନ ଦେବୀ
ଶିବାନୀ ଶଙ୍କରୀ
ପବିତ୍ର କରନ୍ତି ଧରା ଅବତରି ଜଟାଧାରୀ , କଇଳାଶ ନଗରୀ… ।।
ଭୂପତି ଭୂତପତି ପଞ୍ଚାନନ ତ୍ରୀପୁରାରି
ସୁନ୍ଦର କୋଟିସ୍ମର ନିନ୍ଦେ ରୂପ ତୁମରି
ଜ୍ୟୋର୍ତିଲିଙ୍ଗ ତୁମର
ଦୁଃଖ କରେ ଦୂର
ଭବ ସାଗରୁ ଭକତେ କରିଦିଅ ହେ ପାରି , କଇଳାଶ ନଗରୀ… ।।
ସେହି ଅର୍ଥେ ଲିଙ୍ଗରାଜ ପଦପଦ୍ମେ ତୁମରି
ପ୍ରଫୁଲ୍ଲ କିଙ୍କର ବାରମ୍ବାର କରେ ଗୁହାରି
ପଡୁ ତବ ଶୁଭ ଦୃଷ୍ଟି
ପରାଣେ ସବୁରି
ଉଦ୍ଧାର କର ସଂସାର ଘେନ ମୋହର ଅଳି , କଇଳାଶ ନଗରୀ… ।।
କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି, ଖୋର୍ଦ୍ଧା
0 Comments
You can write now your valuable comments here. Off-topic comments may be removed or deleted without prior notice.