ଫୁଲେଇ ରାଣୀ ମୋ ସପନ ସୁନ୍ଦରୀ
ଅଭିମାନିନୀ ମୋ ପ୍ରିୟତମା,
ସନ୍ଦେହୀ ରାଣୀ ସେ ଭୁବନମୋହିନୀ
ଯେତେ ଯାହାହେଲେ ଭୁଲେନି ଜମା ।
ରୂପରାଇଜର ରାଜ କୁମାରୀ ସେ
ରୂପସୀ ନାୟିକା ମୋର,
ରୂପେ ଅନୁପମା ନାହିଁ ତା ଉପମା
ସ୍ପନ୍ଦନ ମୋ ହୃଦୟର ।
ତୁମେ ମୋ ଜୀବନ ତୁମେ ପ୍ରାଣଧନ
ସାଥି ମୋ ଜନ୍ମ ଜନ୍ମର,
ଆଖି ବୁଜି ଦେଲେ ତୁମକୁ ଦେଖେ ମୁଁ
ଆଖି ଖୋଲିଲେ ବି
ପ୍ରତିଛବି ଥାଏ ତୁମର ।
କଥା ଦିଅ ସାଥି ଛାଡିବନି  କେବେ
ମୋହରି ହାତକୁ ତୁମେ,
ବିଧାତା ଗଡିଛି ମୋ ପାଇଁ ତୁମକୁ
ସାଥି ହେବା ଜନ୍ମେ ଜନ୍ମେ ।

ପ୍ରଣତି ମହାପାତ୍ର, ବାଲେଶ୍ଵର