
ତୁମ ପାଇଁ ଏ ସକାଳ , ସୁନ୍ଦର ହସେ
ମୋ ପାଇଁ କିଛି ନାହିଁ ,
ମାଗିବାକୁ ଗଲେ ଭାରି ଲାଜ ଲାଗେ
ଏଇ ପାପୀ ପ୍ରାଣ ପାଇଁ ।।
ଭାଦ୍ରବ ର ଏଇ ଅଷ୍ଟମୀ ତିଥିରେ
ଜଗତ ଉଦ୍ଧାର ପାଇଁ
ଜନମିଲ ଆସି ଦେବକୀ କୋଳ ରେ
ତୁମେ ବ୍ରହ୍ମାଣ୍ଡ ଗୋସାଇଁ ।।
ଆକର୍ଷଣ ତୁମେ କରିପାର ବୋଲି
ନାମ ବହି ଅଛ କୃଷ୍ଣ
ଆକର୍ଷି ଧରିଛ ନାମ ରେ ତୁମରି
ସ୍ନାୟୁ କୋଷେ ରକ୍ତ ଉଷ୍ଣ ।।
ସହସ୍ର ନାମ ରେ ଅଭିହିତ ତୁମେ
ଆହେ ପ୍ରଭୁ ଗିରିଧର
ଡାକିବି ତୁମକୁ ମୁହିଁ କେଉଁ ନାମେ
ଯେ ରୂପେ କରିବ ଉଦ୍ଧାର ।।
ତୁମେ ଅଟ ଛଳୀ ,ପୁଣି କୌଶଳୀ
କେତେ ରାକ୍ଷସ ସଂହାରି
କରିଅଛ ତୁମେ ,ଶଙ୍କର୍ଷଣ ସାଥେ
ନର ରୂପେ ଅବତରି ।।
କୁବୁଜା ହୋଇଲା ଅନିନ୍ଦ୍ୟ ସୁନ୍ଦରୀ
କେଉଁ ଜନମ ର ତପେ
ପାଇଲା ପରଶ କୁବଳୟା ହାତୀ
ହେଉ ଅବା କୋପେ ,ଶାପେ ।।
ବ୍ରଜ ଦାଣ୍ଡ ଧନ୍ୟ ,ଯମୁନା ବି ଧନ୍ୟ
ଧନ୍ୟ ଗୋପ ,ଗୋପାଳୁଣୀ
କୁଞ୍ଜଲତା ଧନ୍ୟ ,ପଶୁ ପକ୍ଷୀ ଧନ୍ୟ
ଧନ୍ୟ ସେ ଭୂମି ବନାନୀ ।।
ଚଉଷଠି କଳା ଅଧିକାରୀ ତୁମେ
ଭକ୍ତି ର ମାର୍ଗ ଟି ସୁଗମ
ଯୋଗ ମାର୍ଗ ଟି କଠିନ ଯେ ଅଟେ
ସାର ,ନବଧା ଭକ୍ତି ନିର୍ଗମ ।।
ମୁଁ ଛାର ପାମର ,ଶକ୍ତି କାହିଁ ମୋର
ତୁମ କଥା ବର୍ଣ୍ଣିବାକୁ
ଅବତରି ଆସ ଆଉ ଥରେ ଏ ଧରାକୁ
ଘୋର ପାପ ନାଶିବାକୁ ।।
ଏବେ ତ ସବୁଠି ରକ୍ତ କଣିକା ରେ
ବୋହୁଅଛି ନୀଳ ରକ୍ତ
ଭବିଷ୍ୟତ କଥା ଯାହା କହିଥିଲ
ଗୀତା ର ଅକ୍ଷର ସତ୍ୟ ।।
ଜୀବନ ଧାରା ର ଚଲାପଥ ଅଟେ
କଣ୍ଟକାକୀର୍ଣ୍ଣ ବହୁତ
ତୁମ ନାମ ଧରି ଚାଲୁଛି ପ୍ରଭୁ ହେ
ରଖିବ ନାମ ମହତ ।।
ମାଗି ତ ନ ଥିଲି ସଂସାର ର ସୁଖ
ତେଣୁ କରି ନ ଦେଲ
ଏବେ ଆଉ କିଆଁ ମାଗିବାକୁ ଯିବି
ଉଜାଣି ଯିବାର ବେଳ ।।
ମାଗିଥିଲି ଖାଲି ତୁମ ନାମେ ପ୍ରିତୀ
ଆଉ କିଛି ଲୋଡା ନାହିଁ
ପ୍ରତି ରୋମ କୂପ କହିଵ ଯେମିତି
ତୁମ ନାମ ,ନାମେ ବହି ।।
ସିପ୍ରା ନାମତା (ନମ୍ରତା)
ବାରିପଦା, ମୟୂରଭଞ୍ଜ
ମୋ - 8249850168
