ମଠିଆ ଭିତରୁ ପେନ୍ ଗଲୁଛେ
              ନାଇ ଦିଶବାର କଣା
ଆମର୍ ଦେଶର୍ ଶିକ୍ଷାନୀତି
             ମହାପୁରୁ କେ ଜନା ।
ଘାଏ କେ ଘାଏ ନୀତି ନିୟମ୍
           କରୁଛନ୍ ଘରେ ବସି
ନିୟମ୍ ଉପରେ ନିୟମ୍ ଆସି
         ପିଲାକେ ଦଉଛେ ପିସି ।
ମାଷ୍ଟରମାନେ ତଳ୍ ଉପର୍
               ନିୟମ୍ ଦେଖି କରି
ଜପ୍ କରୁଛନ୍ ବସିକରି
        ବଁଚିଥାଉ ମୋର୍ ଚାକିରୀ ।
ମାଷ୍ଟର୍ ଅଛନ୍ ବାନିକେ ବାନି
           କେତେ ଯେ ତଲାଭିନା
କିଏ କେତେ ପାଠ୍ ପଢାବା
      କିଛି ନାଇ ତାର୍ ଠିକନା ।
କିଏ ପାଉଛେ ଷାଠେ ହଜାର୍
              କିଏ ପାଉଛେ ତିନ୍
ଷାଠେବାଲା ବଜାଲେ ଗିନି
             ତିନ୍ ଧିନା ଧିନ୍ ।
RTE ତି କହୁଛେ ପରେ
   କିହେ ନାଇ ହୁଅନ୍ ଫେଲ୍
ପିଟାମରା ଛାଡି କରି
    ସବ୍ କେ କରବ ଗେଲ୍ ।
ଛେଲିଆ ନରିଆ ଧରିଆନି
            କ୍ଳାସ ଭିତରେ ଭର
ବୟସ ଦେଖି କରି ତାହାର୍
                ନାମ୍ ଏଣ୍ଟ୍ରି କର ।
ବଛର୍ ମୁଲିଆ ନାପିକରି
              କରବ ପ୍ରମୋଶନ୍
ଉଜ୍ଜଲା ତି ଦେଖେଇ ଦେବେ
              ଫୁଲ୍ ଡେଡିକେଶନ୍ ।
ଆଠ୍ କ୍ଲାସ୍ ତି ଅ ଆ
        ନଅ କ୍ଲାସ୍ ତି ମାତ୍ରା
ମେଟ୍ରିକ ବେଲେ ଦେଖବ କେତେ
                 ସେଣ୍ଟର୍ ଥି ଯାତ୍ରା ।
କାଣା କହେବ ଆମର୍ ଦେଶର
              ଶିକ୍ଷା ନୀତିର୍ ଗୁନ୍
ବୁହି ଯାଉଛେ କୋଟି କୋଟି
            ଫଳ୍ ହେଉଛେ ଶୁନ୍

ସମୀର କୁମାର ମହାମଲ୍ଲୀକ
ମଧ୍ୟପଡା, କୁଶୁର୍ଡା, ବରଗଡ଼ 
ଦୂରଭାଷ-୭୩୨୬୯୫୫୭୨୩