ଧନ୍ୟ ହେ ଈଶ୍ୱର ମହେଶ୍ୱର ଯୋଗେଶ୍ୱର
ମଲ୍ଲିକାର୍ଜ୍ଜୁନ ନାମ ଧାରି ଜଟାଧାରି
ଶ୍ରୀଶୈଲମ ପର୍ବତ କନ୍ଦରେ
ନିଭୃତ ଆଳୟ ତୁମର , ଧନ୍ୟ ହେ ଈଶ୍ଵର…।।

କଳକଲ୍ଲୋଳିନୀ କୃଷ୍ଣା ନଦୀ ତଟେ ହର
ଘନ ବନଭୂମି ଅଗମ୍ୟ ବନାନୀ
ଜନ ବସତିର ଅନ୍ତରାଳେ
ବିଜୟ କରିଛ ଶଙ୍କର , ଧନ୍ୟ ହେ ଈଶ୍ଵର...।।

ପବିତ୍ର  ଜ୍ଵୋର୍ତିଲିଙ୍ଗ ଦରଶନେ ଠାକୁର
ସର୍ବ ବିଧ ପାପ ହୁଏ ବିନାଶନ
ଅନିନ୍ଦ୍ୟ ସୁନ୍ଦର ଜ୍ଵୋତିର୍ମୟ
ରୂପ ଜିଣିଅଛି କୋଟି ସ୍ମର , ଧନ୍ୟ ହେ ଈଶ୍ଵର...।।

ଅର୍ଜୁନ ସହ ଦିନେ ତୁମେ ଏହି ବନର
ହୋଇଲା ବିବାଦ ଗଣ୍ଡା ବଦ୍ଧେ ତାର
ଧନୁହୁଳେ ପାର୍ଥ ବୀରବର
ଦରଶନ କଲା ତୁମର , ଧନ୍ୟ ହେ ଈଶ୍ଵର…।।

ପବିତ୍ର ହୋଇଲା ଏହି ପାପ ଚକ୍ଷୁ ମୋର
ହେ ମଲ୍ଲିକାର୍ଜୁନ କଲି ଦରଶନ
ସାକ୍ଷୀ ଗଜାନନ ଆର୍ଶୀବଚନ
ପାଇଲି ହୋଇଲି ବିଭୋର , ଧନ୍ୟ ହେ ଈଶ୍ଵର…।।

ସାତ ପାହାଡ଼ ବେଷ୍ଟିତ ଶ୍ରୀଶୈଲମ ଶିଖର
ସ୍ଵପଦ କୁଳ ଗର୍ଜନେ ମୁଖରିତ
ପୂର୍ବର ତପବଳେ ପ୍ରଫୁଲ୍ଲ
ବନ୍ଦନ କରିଲା ପୟର , ଧନ୍ୟ ହେ ଈଶ୍ଵର…।।

କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା