
ଆଜିର ପ୍ରେମିକ ପ୍ରେମିକା ଉଡନ୍ତି
ମରୀଚିକା ପଛେ ଧାଇଁ
ଦୀନ ଦରଦ୍ରଙ୍କ ଦୁଃଖ କଷ୍ଟ ଦେଖି
ହୃଦୟ ତା(ତାଙ୍କ)କାନ୍ଦ ନାହିଁ॥
ରକ୍ତ ଗୋଲାପର ଗୁଚ୍ଛ ଦିନେ ଧରି
(ଏକ)ରସିକ ନାଗର ବସି
ରଙ୍ଗୀନ ଉଦ୍ୟାନେ ଆସିବ ତା ପ୍ରିୟା
ପ୍ରେମରେ ସେ ଦେବ ହସି॥
ଘଣ୍ଟା ଘଣ୍ଟା ଧରି ସମୟ ବିତିଲା
ଦିବସ ଆସନ୍ନ ଅନ୍ତ
ଆସିଲାନି ପ୍ରିୟା ପ୍ରତାରଣା କଲା
ମନ ତା ହେଲା ଅଶାନ୍ତ॥
ଆଶାର ମହଲ ଭାଙ୍ଗି ତୁଟି ଗଲା
ଦୁଃଖ ମନେ ଗଲା ଫେରି
ଦେଖିଲା ବାଟରେ ବସିଛି ଭିକ୍ଷୁକ
ଫାଙ୍କା ଥାଳଟିଏ ଧରି ॥
ମନକୁ ବିଚାରି (ଏକ)କାଗଜେ ଲେଖିଲା
ଗୋଟିକୁ ହେ ଦଶ ଟଙ୍କା
ଫୁଲତକ ସବୁ ଚଟାଣେ ସଜାଇ
ଏକ କିଣି ଦେଲା ଟଙ୍କା॥
ପଥିକ ଦେଖିଲେ ସରାଗେ କିଣିଲେ
ପାଇଲା ଭିକ୍ଷୁକ ଦାମ୍
ଖୁସିରେ ବିକିଲା ସବୁଦିନ କିଣି
ପାଇଗଲା ବଡକାମ॥
କିଛି କିଛି ସଞ୍ଚି ଦେଲା ସେ ଦୋକାନ
ବିକି ନାନା ଜାତି ଫୁଲ
ଗରିବି ହଟିଲା ଦୁଃଖ ଦୂର ହେଲା
ପାଇଲା ଅମୂଲା ମୂଲ॥
ଦିନେ ସେ ପ୍ରେମିକ ସେହି ବାଟେ ଯାଉଁ
ପଡିଲା ଆଖି ସେ ଲୋକେ
ଦଉଡି ଆସିଲା ପୂରୁବ ଭିକାରୀ
ପ୍ରଣିପାତ ହେଲା ଶୋକେ॥
ଦୋକାନକୁ ଡାକି ଅଭ୍ୟର୍ଥିଲା ତାଙ୍କୁ
( କହିଲା;)ଆପଣଙ୍କ ଦାନ ଫଳ
ସେହି ଦାନ ବାବୁ ଆଖି ମୋ ଖୋଲିଲା
( ଏ ସେ,) ସହାନୁଭୂତି ସୁଫଳ ॥
ହେ ଯୁବ ଯୁବତୀ କୁହୁଡି ପ୍ରେମରେ
ନ ଦେଖ ରଙ୍ଗୀନ (ଦିବା)ସ୍ୱପ୍ନ
ଦୀନ ଦରିଦ୍ରକୁ ପ୍ରେମ ଭିକ୍ଷା ଦେଇ
ରାଷ୍ଟ୍ରକୁ କର ମହାନ॥
ନାରାୟଣ ଚନ୍ଦ୍ର ସେନାପତି, ଶିକ୍ଷକ,
ସରକାରୀ ଉ. ପ୍ରା. ବିଦ୍ୟାଳୟ,
ଡିମିରିଆ, ତେଲକୋଇ, କେନ୍ଦୁଝର, ପିନ୍-୭୫୮୦୧୯