
॥ ବିଦ୍ୟା ॥
ବିଦ୍ୟା କାମଧେନୁ ସମାନ
ସବୁ ଇଛ୍ଛା କରିପାରେ ପୂର୍ନ୍ନ
ଫଳ ଫଳେ ସମୟ ଅନୁସାରେ
ବିଦ୍ୟା ଫଳେ ସବୁ ସମୟରେ
ବିଦ୍ୟା ହେଉଛି ଆମର ଗୁପ୍ତଧନ
ଜୀବନରେ ମା ଭଳି କରେ ପାଳନ |
॥ ଭୁତ କୋଠି ॥
ବଦଳି ଯାଇଛି ଘରର ରୂପ ରେଖା
ଆଉ ଚାଳ ଘର ଯାଉ ନାହିଁ ଦେଖା
ଚାଳ ଘର ସବୁ ହୋଇଛି ଛାତ ପକା
କିନ୍ତୁ ସେଥିରେ ଥିବା ଲୋକ ସବୁ ଏକା
ଚାଳଘରେ ଚାରି ପ୍ରାଣୀ ଥିଲେ ସ୍ନେହରେ
ଏବେ ପକ୍କା ଘରେ ଚାରିକାନ୍ଥ ଭିତରେ
ବାର୍ଧକ୍ୟରେ ଜର୍ଜରିତ ଦୁଇ ପ୍ରାଣୀରେ
ଆସିବାକୁ କେହି ନାହିଁ ଆଉ ଜୀବନରେ
ଚାଲି ଗଲେ ଘର ହେବ ଭୁତ କୋଠିରେ |
॥ ସାଂଗ ଓ ପ୍ରେମ ॥
ସଂବନ୍ଧ କଣ ଏମାନଂକ ଭିତରେ
ଉଭୟେ ରହିଥାନ୍ତି ମନ ମଧ୍ୟରେ
କିନ୍ତୁ ପାର୍ଥକ୍ୟ କେବଳ ଏତିକିରେ
ଦେଖା ହେଲେ ପ୍ରେମ ଅନେକ ଦିନ ପରେ
ଆଖି ଲୁଚାଇ ଦେଇ ଚାହେଁ ଚୋରାରେ
ସାଂଗ ମିଳିଲେ ଅନେକ ଦିନ ପରେ
ହୁଅନ୍ତି ଆଲିଂଗନ ବଦ୍ଧ ମନ ଖୁସିରେ |
ରମାକାନ୍ତ ମିଶ୍ର
ଭି.ଆଇ.ଏମ. - ୨୬୮, ଶୈଳଶ୍ରୀ ବିହାର
ଭୁବନେଶ୍ୱର - ୭୫୧୦୨୧
ଭ୍ରାମ୍ୟଭାଷ : ୯୯୩୭୨୬୮୦୧୨
