ବିଚିତ୍ର ଦୁନିଆଁ ବିଚିତ୍ର ମଣିଷ
ବିଚିତ୍ର ବିଚିତ୍ର ଲାଗୁଛି
ବିଚିତ୍ର ମଣିଷ ବିଚିତ୍ର ମନରେ
ବିଚିତ୍ର କର୍ମ କରୁଛି,,,,
ମଣିଷ ଶବ କୁ ମଣିଷ ଦେଖିଲେ
ବିଚିତ୍ର ମଣିଷ ଡ଼ରୁଛି
ଛେଳି କୁକୁଡ଼ା ଶବ କୁ ନେଇ
ଖୁସିରେ ଖୁସିରେ ଖାଉଛି,,,
ମଣିଷ ଶବ କୁ ମଣିଷ ଛୁଇଁଲେ
ନିଜକୁ ଅଛୁଆଁ ଭାବୁଛି
ପଶୁର ଶବକୁ କାଟିକୁଟି କରି
ରୋଷେଇ ଘରରେ ରାନ୍ଧୁଛି,,,
ବିଚିତ୍ର ମଣିଷ  ବିଚିତ୍ର ମନରେ
କ୍ଷୀର କୁ ଆଡେଇ ଦେଉଛି
ସକାଳୁ ସଞ୍ଜ ଯେତେବେଳେ ଦେଖ
ମଦ ଢକ ଢକ ପିଉଛି,,,
ବିଚିତ୍ର ମଣିଷ ପିତା ମାତା ଙ୍କୁ
ଘରେ ଅଣଦେଖା କରୁଛି
ମନ୍ଦିର ଯାଇ ପାଷାଣ ମୂର୍ତ୍ତୀରେ
ପୂଜା କରି ଶାନ୍ତି ପାଉଛି,,
ବିଚିତ୍ର ମଣିଷ ଅନ୍ଧ ବିଶ୍ୱାସରେ
ଭଣ୍ଡବାବା ଙ୍କୁ ପୂଜା କରୁଛି
ଘରେ ଥିବା ଚଳନ୍ତି ଠାକୁର ଙ୍କୁ
ହୀନିମାନ କରି ରଖୁଛି,,,
ବିଚିତ୍ର ମଣିଷ ନିଜ ସମ୍ପତିକୁ
ସମ୍ପତି ବୋଲି ଭାବୁଛି
ଅନ୍ୟ ସମ୍ପତି କୁ ନଜର ରଖି
ଲୁଟିବାରେ ଖାଲି ଲାଗିଛି,,,
ବିଚିତ୍ର ମଣିଷ ବିଚିତ୍ର କଥା କୁ
ଯେତେ କହିଲେ ନ ସରୁଛି
ବିଚିତ୍ର ବିଚିତ୍ର କଥା ମୁଁ କହିଲେ
କହିଲେ କହିବ କହୁଛି,

ଜୟସେନ ପ୍ରଧାନ, ସଂସ୍କୃତ ସାହିତ୍ୟ।ଚାର୍ଯ୍ୟ
ମାଳତେନ୍ତୁଳିଆ, ପୋଲସରା, ଗଂଜାମ