ଅଖିଳ ଜନନୀ ମା ଭଗବତୀ - ରଙ୍ଗନାଥ ରଥ

0

ପ୍ରସନ୍ନା ହୁଅ ମା' ଦେବୀ ଭଗବତୀ
ମହାମାୟା ।
ଶରଣାଗତ ଆରତ ଦୀନଜନେ
କର ଦୟା ॥୦॥
ସୃଷ୍ଟି ସ୍ଥିତି ପୁଣି     ସଂହାର କାରିଣୀ
ଭକ୍ତ ଜନଙ୍କର      ମୁକ୍ତି ପ୍ରଦାୟିନୀ
କଲ୍ୟାଣଦାୟନୀ ମାତଃ ଶର୍ବାଣି
ସର୍ବମଙ୍ଗଳା ॥୧॥
ମହିଷ ମୋହିନୀ     ତ୍ରିଶୂଳ ଧାରିଣୀ
ଅନଳ ସମ୍ଭୂତା       ଶ୍ରଦ୍ଧା ସ୍ୱରୂପିଣୀ
ବିପଦ ଭଞ୍ଜନୀ ତୁହି ଆଦ୍ୟାଶକ୍ତି
ଯୋଗମାୟା ॥୨॥
କେଶରୀ ବାହନୀ     ନୃମୁଣ୍ଡ ମାଳିନୀ
ତ୍ରିଭୁବନେଶ୍ୱରୀ     ଦନୁଜ ଦଳିନୀ
ଅଖିଳ ଜନନୀ ଦେବୀ କାଟିଦିଅ
ଭବମାୟା ॥୩॥

ରଙ୍ଗନାଥ ରଥ
ଇ.ବି. - ୫୦୫, ବଡ଼ଗଡ଼ ବ୍ରିଟ୍ କଲୋନୀ, 
ଭୁବନେଶ୍ୱର - ୭୫୧୦୧୮

Post a Comment

0Comments
Post a Comment (0)