ଛଳନା ପ୍ରେମ - ମିଥୁନ ସାହୁ

0
କହିବାକୁ କିଛି ବାକିନାହିଁ ଆଉ
ତୁମରି ପାଖରେ ସତେ,
ଯାହାକିଛି ସବୁ କହିବାର ଥିଲା
କହି ସାରିଅଛ ମତେ,।।
ଛାତିତଳେ ଥିବା କୋମଳ ହୃଦକୁ
ଆଘାତ ଦେଇଛ ଯେତେ,
ସେଇକଥା ଆଜି ଭାବି ଭାବି ମୁଁ ଯେ
କଷ୍ଟ ପାଉଅଛି କେତେ,,।।
ଜାଣି ମୁଁ ନଥିଲି ହୃଦୟ ତୁମର
ପଥରରେ ଗଢ଼ା ବୋଲି,
ତୁମରି ପ୍ରେମରେ ଅନ୍ଧ ହୋଇଯାଇ
ନିଜକୁ ମୁଁ ଭୁଲିଥିଲି,,।।
ଭାବୁଛି ଯେ ତୁମେ ବୁଝିସାରିଥିବା
ଆଖିଲୁହ ଦେଖି ମୋର,
ପ୍ରେମରେ ଯେ କେତେ ଭରିରହିଥିଲା
ଛଳନା ସତେ ତୁମର,,।।


ମିଥୁନ୍ ସାହୁ
ମାଳ ତେନ୍ତୁଳିଆ, ପୋଲସରା, ଗଞ୍ଜାମ

Post a Comment

0Comments
Post a Comment (0)