ଉଠ ହେ ଚକାନୟନ - ରମେଶ ଚନ୍ଦ୍ର ମିଶ୍ର

0
ଉଠ ହେ ଚକାନୟନ ପାହିଲା ରାତି
ଉଜ୍ଜ୍ବଳ ହୋଇଲା ଧରା ତେଜ ସୁପାତି ।୦

ଉଚ୍ଛୁର ହେଲାଣି ବେଳ ଉଦିତ ରବି
ଉଚ୍ଚାଟନ କରେ ମୋହ ମାୟା ଅଟବୀ
ଉଦାସୀନ ଭାବ ତେଜି ଦିଅ ସୁମତି ।୧
ଉଠ ହେ ଚକାନୟନ......

ଉଦ୍ଧାର କର ଉଚ୍ଛନ୍ନ ମନ ଶରୀର
ଉଦ୍ବିଗ୍ନ ଚିତ୍ତ ଚଞ୍ଚଳ ମିଛ ସଂସାର
ଉତ୍ସଙ୍ଗେ ନିଅ ଆଦରି ପ୍ରଭୁ ଶ୍ରୀପତି ।୨
ଉଠ ହେ ଚକାନୟନ......

ଉନ୍ମାଦ ପରାଏ ଲାଗେ ଘୋଟେ ଅନ୍ଧାର
ଉଚ୍ଛନ୍ନ ହୁଏ ହୃଦୟ ହୁଅ ଉଦାର
ଉଦୟ କର ଚୈତନ୍ୟ ଦିଅ ସୁଗତି ।୩
ଉଠ ହେ ଚକାନୟନ......




ରମେଶ ଚନ୍ଦ୍ର ମିଶ୍ର, ସମ୍ପାଦକ, ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡା, ଅନୁଗୋଳ

Post a Comment

0Comments
Post a Comment (0)