ମନର ନା ବିବେକର - ଦେବବ୍ରତ ଜେନା

0
ଆମ ସମ୍ପର୍କର ଯବନିକା ଟାଣି
କେଉଁ ଖୁସିରେ ମୁଁ ତୁମ ସହ ଦେଖା କରିବି ଜାଣି ପାରୁନି...
ମନର ଅସଂଖ୍ୟ ଅସମାହିତ ପ୍ରଶ୍ନଗୁଛରେ
ବେଳେବେଳେ ମୁଁ ଛନ୍ଦି ହୋଇଯାଏ
ଆଉ ତୋ ପାଇଁ ଅପରିମିତ ଆଶାର ଦୀପାଳି ଜାଳେ ...
ବିବେକ ସଂଯମତାର ଦ୍ୱାହିପଣରେ
ନିଜକୁ ସୁସଂଯତ କରେ ....
କେବେ କେବେ ମନର ଭାଷାରେ ବିହ୍ଵଳିତ ହୁଏ
ତ ପୁଣି କେବେ ବିବେକର କଥାରେ
ଆଦର୍ଶବାଦର ମିଥ୍ୟା ଚଦର ଘୋଡେଇ ହୁଏ
ହେଲେ ତୁମେ କୁହ...
ମୁଁ ମନର ହେବି ନା ବିବେକର ..?????




ଦେବବ୍ରତ ଜେନା, ଭୋଗରାଇ, ବାଲେଶ୍ୱର

Post a Comment

0Comments
Post a Comment (0)