ବିଶ୍ୱକର୍ମା - ସସ୍ମିତା ସାହୁ

0
ବିଶ୍ୱକୁ ଯେ ସୃଷ୍ଟି କରେ ସିଏ ବିଶ୍ୱକର୍ମା,
ବିଶ୍ୱକର୍ମା ତୁମେ ନିଜେ ଦେଲ ତୁମ ନାଁ II
ନିଜକୁ ଗଢିଲ ନିଜେ ହେଇ ବୁଢା ବେଶ,
ତୁମକୁ ସୃଷ୍ଟି କରିବା ନାହିଁ କା' ସାହସ II
ତୁମେ ସ୍ରଷ୍ଟା ତୁମେ ସୃଷ୍ଟି ତୁମେ ହିଁ ପାଳକ,
ତୁମେ ପ୍ରଭୁ ଚଳାଉଛ ତୁମ ତିନି ଲୋକ II
ତୁମେ ହିଁ ତIରୁଛ ପ୍ରଭୁ ତୁମେ ହିଁ ମାରୁଛ ,
ତୁମେ ପୁଣି ରକ୍ଷା କରି ବାଟ ବତାଉଛ II
ତୁମେ ପୁଣି ସକଳ ଶରୀରେ ବାସ କର,
ହେଉ ସିଏ ଜୀବଜନ୍ତୁ ଅବା କେଉଁ ନର II
କରି କରାଉଛ ପ୍ରଭୁ ସବୁତ ତୁମର ,
ଆମେ ପ୍ରଭୁ ଅଣୁ ପରି ନିମିତ୍ତ ମାତର II
ମନ୍ଦିର ମସଜିଦ ଗୀର୍ଜା ଅଛି ଚାରିଆଡେ ,
ତୁମେ କିନ୍ତୁ ରୁହ ପ୍ରଭୁ ଭକ୍ତ ହୃଦୟରେ II
ଭଲ କର୍ମ କଲେ ପ୍ରଭୁ ତୁମେ ଖୁସି ହୁଅ ,
ଭକତର ସେବା ପାଇଁ ପାଖେ ପାଖେ ରୁହ II
ତୁମ ଇଙ୍ଗିତରେ ପ୍ରଭୁ ଚାଲେ ଏ ଜଗତ ,
ସେଥିପାଇଁ ତୁମ ନାଁ ଅଟେ ଜଗନ୍ନାଥ II


ସସ୍ମିତା ସାହୁ, ନାଶିକ, ମହାରାଷ୍ଟ୍ର - ୪୨୧୧୦୧

Post a Comment

0Comments
Post a Comment (0)