ଭାଦ୍ରବ - ବିଶ୍ୱରଞ୍ଜନ ମହାପାତ୍ର

0
ଭୋଦୁଅ ପ୍ରବେଶେ କାଶତଣ୍ଡି ହସେ
ବିଲ ପାଟ ନଈ କୂଳେ….!!
ସ୍ନିଗ୍ଧ ଶ୍ୟାମଳ ଋତୁରେ କୋମଳ
ଶୀତ ନଇଁ ନଇଁ ଆସେ….!!
ପାହାନ୍ତି ସକାଳ ଶୀତୁଆ ଶୀତୁଆ
ଝରା ସେଫାଳିର ବାସ୍ନା….!!
ଦାଣ୍ଡ ଅଗଣାରେ ପ୍ରେମୀ ପାରିଜାତ
ମୁରୁକି ମୁରୁକି ହସେ….
ମନ ଉପବନେ ପ୍ରେମ କୁଞ୍ଜବନେ
ରଜନିଗନ୍ଧା ବି ବାସେ….!!
ଆସଇ ପାର୍ବଣ ଋତୁ ହରଷେ ଚିତ୍ତ,
ସରସ ପଲ୍ଲୀ ସତେ ଧାର୍ମିକି ନାମେ ଋତୁ..!!
ଝରଝର ହୋଇ ପୀରତି ଝରଣା
ଗାଉଥାଏ ପ୍ରେମ ଗୀତି,
ଶୀତୁଆ ସକାଳେ ନିରୋଳା ରାସ୍ତାରେ
ମନ ଖୋଜୁଥାଏ କିଛି ମୁହୂର୍ତ୍ତର ଶାନ୍ତି..!!
ରାସ୍ତା କଡର ସବୁଜ ତୃଣରେ
ଟୋପା ଟୋପା କାକରର ବିନ୍ଦୁ
ପାହାନ୍ତି କୁହୁଡି ଅନ୍ଧାରେ ଅନ୍ଧାରେ
ସତେ ମାଘେ ମନଛୁଆଁ ଇନ୍ଦୁ..!!


ଶ୍ରୀ ବିଶ୍ୱରଞ୍ଜନ ମହାପାତ୍ର, ଯାଜପୁର, ଓଡିଶା

Post a Comment

0Comments
Post a Comment (0)