ଜୟ ଗଜାନନ - ଘନଶ୍ୟାମ ସାହୁ

0
ଲୋକଗୀତ ଶୈଳୀରେ ଗଣେଶ ବନ୍ଦନା

ଜୟ ଜୟ ଜୟ ଲମ୍ବୋଦର ଜୟ ଦେବ ଗଜାନନ
ମୂଷିକ ବାହନେ ଚଢ଼ି ଆସ ତୁମେ
ପୂଜୁଛୁ ତୁମ୍ଭ ଚରଣ ହୋ
ଘେନ ନିବେଦନ
ବନ୍ଦୁ ଅଧମ ସନ୍ତାନ ଗଣ ହୋ ।।୧।
ସିନ୍ଦୁରଶୋଭିତ ରକ୍ତ ବସ୍ତ୍ରାବୃତ ପାଶ ଅଙ୍କୁଶ ଧାରଣ
କଟୀରେ କିଙ୍କିଣୀ ମନଲୋଭା ଠାଣି
କରୁ ତୁମ ଆବାହନ ହୋ
ଦିଅ ଦରଶନ
ଜାଣି ନାହୁଁ ପୂଜା ମନ୍ତ୍ର ଧ୍ୟାନ ହୋ ।।୨।
ମାତା ପାର୍ବତୀଙ୍କ ଅଙ୍ଗ ରାଗ ମଳି ପିତୁଳାରୁ ତୁମେ ଜାତ
ଜୀବନ୍ୟାସ ଦେଲେ ନିଜେ ନାରାୟଣ
ନାମ ଦେଲେ ଗଣନାଥ ହୋ
ଶୈଳସୁତା ସୁତ
ଜ୍ଞାନ ବୁଦ୍ଧି ଦିଅ ଆମ ମାଥ ହୋ ।।୩।




ଘନଶ୍ୟାମ ସାହୁ
ଯୁଗ୍ମ ସମ୍ପାଦକ--ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡ।,
ପୋ:ଅ: କିଶୋର ଗଞ୍ଜ, ଜିଲ୍ଲା-ଅନୁଗୋଳ,
ମୋବାଇଲ ନମ୍ବର ---୯୪୩୭୬୬୪୫୩୭,
ପିନ୍ କୋଡ -- ୭୫୯୧୨୭ 

Post a Comment

0Comments
Post a Comment (0)