ଆସ ବୁଲିଯିବା ନନ୍ଦନକାନନ - ଲଳିତା ଜେନା

0

ଚାଲରେ ପିଲା ଦେଖିବା ଚାଲ
ନନ୍ଦନକାନନ ଛୋଟିଆ ରେଳ
ଟାଉନ ବସେ ଆସିବ ଚଢ଼ି
ନନ୍ଦନକାନନେ ଛାଡ଼ିବ ଗାଡ଼ି
ଯେତେ ଦେଖୁଥଲେ ମନ ଛାଡ଼େନା
ଆମ ସହରେ ଅଛି ଚିଡ଼ିଆଖାନା
ଫାଟକ ଆଗରୁ କରିବ ଟିକଟ
ଧାଇଁ ଧାଇଁ ଚାଲିବ ଝିଅଟ ଝଟ
କେତେ ଜୀବଜନ୍ତୁ ବୁଲି ଦେଖିବା
ସିଂହ ସଫାରିରେ ଟିକେ ବସିବ ।
ଭାଲୁ ଦେଖିବରେ ଗୁମ୍ଫା ଭିତରେ
ଦୋଳି ଖେଳିବ ବସି ଧୀରେ ଧୀରେ
ଦୂରେ ଠିଆ ହୋଇ ଜନ୍ତୁ ଦେଖିବା
ବାହାର ଖାଦ୍ୟ କିଛି ନ ଦେବ
ଅନ୍ଧାର କୋଠରୀ ଯାଇ ପଶିବା
କେତେ ରାତ୍ରିଚର ଜୀବ ଦେଖିବ
ଅଜଗର ଅଛି କାଚଘର ଭିତରେ
କେତେ ସରୀସୃପ ଅଛି ସେଠାରେ
କେତେ ନୂଆ ନୂଆ ଜୀବଜନ୍ତୁରେ
ଦେଶ ବିଦେଶରୁ ଆସିଥାନ୍ତିରେ
ସାବଧାନ ହୋଇ ପିଲା ଚାଲିବ।
ମାଙ୍କଡ଼ ପୁଡ଼ିଆ ଛଡ଼ାଇ ନେବ
ବିହଙ୍ଗ ବିହାର ଦେଖିବା ପାଇଁ
କେତେ ରକମର ଚଢ଼େଇ ଥାଇ
ହାତୀମାନଙ୍କର ପେଇଁ ପେଇଁ ରଡ଼ି
ବାଘଛୁଆ ହଉଥାନ୍ତି ଗଡ଼ଗଡ଼ି
ସେଠାରୁ ପିଲେରେ ଯିବଟି ଧାଇଁ
ପାଣିକୋରେ ବସିବ ଯାଇଁ ।।
ବୁଲି ବୁଲି ଥକିପଡ଼ିଲେ ପାଦ ।
ଗଛ ଛାଇତଳେ ବିଶ୍ରାମ ନେବ
ନନ୍ଦନକାନନ ଯିଏ ଆସୁଛି ।
ଶୋଲ ଦହିବରା ସିଏ ଖାଉଛି
ପାଣି ଗୁପଚୁପ୍ ଆଳୁ ଚକଟା
କାକୁଡି ଗୋଟାକ କୋଡ଼ିଏ ଟଙ୍କା
ବାଦାମ ଆଉ ବୁଟ ପୁଡ଼ିଆ
ବୁଲି ଖାଇବାକୁ ଲାଗେ ବଢ଼ିଆ
ସବୁଦିନ ଲାଗେ ବଡ଼ ଗହଳି
ଲୋକ ଆସୁଥାନ୍ତି ଭଳିକି ଭଳି
ବଣ ଭୋଜି ଭାତ କରି ଖାଆନ୍ତି ।
କିଏ କେତେଦୂରୁ ଆସି ଥାଆନ୍ତି
ଯେତେ ବୁଲିଲେ ନନ୍ଦନକାନନ
ଛାଡ଼ି ଆସିବାକୁ ନହୁଏ ମନ
ପର୍ଯ୍ୟଟକମାନେ କରନ୍ତି ଭିଡ଼
ଗହଳି ହୁଅଇ ଗାଡ଼ିମଟର
ଭୁବନେଶ୍ବରର ନନ୍ଦନକାନନ


ଲଳିତା ଜେନା
ପଟିଆ, ଭୁବନେଶ୍ୱର, ମୋ : ୯୦୯୦୩୪୮୦୭୧

Post a Comment

0Comments
Post a Comment (0)