ହେ' ମୁରଲୀଧର ଚେହେରା ତୁମର
ଦିଶୁଛି କାହିଁକି ଆଇନା ଭିତରେ,
ଏମିତି ଘଟଣା ଘଟୁଅଛି ଖାଲି
ଯେବେଠୁ ପଡ଼ିଛି ତୁମରି ପ୍ରେମରେ,,।।
ଯେତେଦୂରେ ଥିଲେ ତୁମରି ପାଖକୁ
ଟାଣି ନେଇଯାଏ ବଇଁଶୀର ସ୍ୱର,
ଅମାନିଆ ହେଲେ ଶାନ୍ତ କରିଦିଏ
କ୍ଷଣିକରେ ସିଏ ମନକୁ ମୋର,,।।
କଥାରେ କଥାରେ ମିଛ କହେ ଘରେ
ଦେଖା ହେବାପାଇଁ ତୁମରି ସାଥିରେ,
କାଖରେ ମୋହର କଳସୀକୁ ଧରି
ଚାଲି ଆସୁଥାଏ ପାଣି ବାହାନାରେ,,।।
ସଜାଇ ଦବାକୁ କହୁଅଛ ଆଜି
କେମିତି କରିବି ତୁମକୁ ନାହିଁ,
ସଜେଇ ଦିଅ ଗୋ ପ୍ରାଣ ପ୍ରିୟ ମୋର
ଡେରି ହୋଇଲାଣି ଫେରିବା ପାଇଁ,,।।
ମିଥୁନ୍ ସାହୁ
ମାଳ ତେନ୍ତୁଳିଆ, ପୋଲସରା, ଗଞ୍ଜାମ
ସଜେଇ ଦିଅଗୋ ପ୍ରାଣ ପ୍ରିୟ ମୋର - ମିଥୁନ୍ ସାହୁ
September 16, 2018
0
