ମାଗୁ ନାହିଁ କିଛି ଆନ - ଘନଶ୍ୟାମ ସାହୁ

0
ବେସୁରା ଗୀତରେ ଗାଉଛି ଭଜନ
ଅଭାବ କଷଣ ଅସ୍ଥିର ପରାଣ
ତଥାପି ଠାକୁରେ ଅଛି ମୁଁ ଚେଷ୍ଟାରେ
ତୋଷିବାକୁ ତୁମ ମନ
ହେଲେ ହୁଏ ହୀନିମାନ।।୦।
ଯାହା ମୋ କପାଳେ ଅବଶ୍ଯ ଭୁଞ୍ଜିବି
ସେଥିପାଇଁ ଦୁଃଖ କେବେ ନ କରିବି
ନେଇ ଅବତାର ଦେଇଛ ଏ ଶିକ୍ଷା
ଭୋଗିବାକୁ ହୁଏ କଷଣ
ଏହାତ କପାଳ ଲିଖନ ।।୧।
ଜୀବନ ପଥେ ମୁଁ ହେବି ଅଗ୍ରସର
ମୋର ଏ ଦୁର୍ଲଭ ମାନବ ଶରୀର
ଉପଯୋଗ ହେଉ କଷ୍ଟ ପଛେ ସହୁ
ହେବତ ଜଗତ କଲ୍ୟାଣ
ଏହି ମୋର ନିବେଦନ ।।୨।
ସହିବା ଶକତି ଦିଅ ମହାବାହୁ
ଲୋଭ ମାୟା ମୋହ ମନରେ ନରହୁ
ସତ୍ୟ ଧର୍ମ ପଥେ ନେଇ ଯାଅ ମୋତେ
ବିତିଯାଉ ଏ ଜୀବନ
ମାଗୁ ନାହିଁଁ କିଛି ଆନ ।।୩।


ଘନଶ୍ୟାମ ସାହୁ
ଯୁଗ୍ମ ସମ୍ପାଦକ--ତ୍ରିଧାରା ସାହିତ୍ୟ ସଂସଦ , ବଇଣ୍ଡ।,
ପୋ :ଅ : କିଶୋର ଗଞ୍ଜ , ଜିଲ୍ଲା-ଅନୁଗୋଳ,
ମୋବାଇଲ ନମ୍ବର --- ୯୪୩୭୬୬୪୫୩୭,
ପିନ୍ କୋଡ -- ୭୫୯୧୨୭

Post a Comment

0Comments
Post a Comment (0)