ରୂପସୀ ଚିଲିକା (ଭାଗ - ୫) - ଧୃବ ଚରଣ ବେହେରା

0
ତୋର ରୂପ ଯଉବନ ଚାରୂ ଚିତ୍ର ହାର
ଲାଗଇ ଅତି ସୁନ୍ଦର
ସଂନ୍ଧ୍ଯା ଗୋଧୂଳି ଟି ଖେଳିଲେ ଧରଣୀ
ଦିଶୁଥାଉ ଜର ଜର ।।

ଭୁଲି କି ପାରିବି ନିଜକୁ ପଚାରେ
ମରାଳ ଗୋରୀ ତୁ ପରୀ
ଉତ୍କଳ ବକ୍ଷରେ ପ୍ରକୃତି ନନ୍ଦିନୀ
ସ୍ଵପ୍ନମୟୀ ତୁ ସୁନ୍ଦରୀ ।।

କବିର ଲେଖନୀ କାଳଜୟୀ କରି
ଉପମା ଲାଳିତ୍ବ ଭରେ
ସୁନାର କିରଣେ କୁଙ୍କୁମ ଲଗାଇ
ଶୃଙ୍ଗାରକୁ ନିତି ଝୁରେ ।।

କାହା ପାଇଁ କେବେ ସାଜୁ ପ୍ରୀତିପଦ୍ମା
କହା ଭାବର ନାୟିକା
କାହା ମନ ତଳ ପ୍ରୀତି ଉପତ୍ୟକା
ତୁହି ନୀଳାମ୍ବୁ ଚିଲିକା ।।

Post a Comment

0Comments
Post a Comment (0)