ତମାଖୁ ନିଶା - ଲଳିତା ଜେନା

0
ଚା'ପାନ ବିଡ଼ି ନୁହେଁ ଛୋଟିଆ ନିଶା
ଖୁସୁଖୁସୁ କରି ଟାଣୁଥାଏ ପଇସା
ଅଣ୍ଟାରେ ରହି ନଥାଏ ଧନ
ଏସବୁ ନପାଇ ଅଥୟମନ
ଖରାପ ଅଭ୍ୟାସ ରୁହ ଦୁରେଇ ।
ସୁସ୍ତ ଜୀବନ ରହିବା ପାଇଁ ।।
ପାନକୁ ଛାଡ଼ିବ ପକାଇ ରାଣ ।
ବିଡ଼ିକୁ ଦୂରେଇ କରିବ ପଣ
ଗୁଟୁଖା ପାଟିରେ ନ ଦେବ କେହି
ପାଟି କ୍ୟାନ୍‌ସର ହୋଇବ ନାହିଁ
ଗୁଟୁଖା ଉପରେ ସୂଚନା ଥାଇ
ଦାନ୍ତରେ ଛିଣ୍ଡାଇ ଦଉଛି ଖାଇ
ବଜାର ସହର ଯେଉଁଠି ଦେଖ
ଦୋକାନରୁ କିଣି ପାଟିରେ ଯାକ
ଦୋକାନୀ ଭାଇଟି ଝୁଲାଇ ମାଳ
ପିଲାଙ୍କ ପାଇଁ ସେ ହୁଅଇ କାଳ ।
ଶିକ୍ଷିତ ହୋଇଲା ଆଜି ସମାଜ
ମରଣକୁ କାହିଁ ଡାକି ଆଣୁଛି

ଲଳିତା ଜେନା
ପଟିଆ, ଭୁବନେଶ୍ୱର, ମୋ : ୯୦୯୦୩୪୮୦୭୧

Post a Comment

0Comments
Post a Comment (0)