ଆଦିଦେବ ଗଣପତି - ଜିତେନ୍ଦ୍ର ସାହୁ

0
ଶୁଭ ପ୍ରଦାୟକ ସିଦ୍ଧି ବିନାୟକ
ଆଦିଦେବ ଗଣପତି,
ଗିରିଜା ନନ୍ଦନ ପ୍ରଭୁ ଗଜାନନ
ଘେନ ହେ ମୋର ପ୍ରଣତି,,।।
ମାତା ପାର୍ବତୀଙ୍କ ଦେହରୁ ନିର୍ଗତ
ମଳୁଖରୁ ହେଲ ଜାତ,
ଦ୍ବାରପାଳ ହେଇ ମାତାଙ୍କ ଆଦେଶେ
ହୋଇଲ ଆଦର୍ଶ ସୁତ,,।।
ଚିହ୍ନି ନ'ପାରି ଯେ ଆପଣା ପିତାଙ୍କୁ
ଜଗିଥିଲ ତାଙ୍କ ପଥ,
ପିତା ମହାଦେବ ଚ୍ଛେଦିଥିଲେ ଶିର
କ୍ରୋଧେ ହେଇ ଜର୍ଜରିତ,,।।
ଗଜ ମସ୍ତକରେ ହେଲ ପରିଚିତ
ପ୍ରଭୁ ଗଜାନନ ନାମେ,
ପ୍ରତ୍ୟେକ କାର୍ଯ୍ୟର ପ୍ରାରମ୍ଭେ ପୂଜିତ
ହେଲ ବୁଦ୍ଧି ବଳେ ତୁମେ,,।।
ମାତାଙ୍କ ନୁପୂର ଶବଦକୁ ଶୁଣି
ଶିଖୁଥିଲ ଯେ ସଙ୍ଗୀତ,
ପିତାଙ୍କ ଡମ୍ବରୁ ନାଦରୁ କରିଲ
ଚାରିବେଦକୁ ଆୟତ,,।।
ବିଶାଳ ବିଦ୍ୟାର ଭଣ୍ଡାର ଅଟଇ
ତୁମର ଲମ୍ବା ଉଦର,
ବିଦ୍ୟା ଓ ବୁଦ୍ଧିର ସୁମୂଖ ଦେବତା
ବିଘ୍ନହର୍ତ୍ତା ଲମ୍ବୋଦର,,।।
ତବ ସ୍ତୁତି ଗାନ କଲା ଏ ଅଧମ
ଧରିବନି ଦୋଷାଦୋଷ,
ଆହେ ଧୂମ୍ରବର୍ଣ୍ଣ ପ୍ରଭୁ ଶୂର୍ପକର୍ଣ
ରଖିବ ସଦା ଆଶିଷ,,।।


ଜିତେନ୍ଦ୍ର ସାହୁ,
ଏମ୍.ତେନ୍ତୁଳିଆ, ପୋଲସରା, ଗଞ୍ଜାମ

Post a Comment

0Comments
Post a Comment (0)