
ପରିବେଶ ପରା ଆମର ମିତ
ସଫା ପରିବେଶ ଆମ ମହତ ।।
ସ୍ୱଚ୍ଛତା ପଥେ ଆଗେଇ ଯିବା
ଏ କଥା ସଭିଙ୍କୁ ବୁଝାଇ ଦେବା ।।
ନିରିମଳ ଯଦି ଆମେ ରହିବା
ରୋଗ ହେବନାହିଁ ଏହା ଜାଣିବା ।।
ସ୍ୱଚ୍ଛ ଭାରତ ଆମ ମହାନ
ସ୍ୱଚ୍ଛତା ଆମ ପ୍ରତିଜ୍ଞା ଜାଣ ।।
ରାସ୍ତାଘାଟ ସବୁ ସଫା ରଖିବା
ସଭିଙ୍କ ମନରେ ଖୁସି ଆଣିବା ।।
ଭାରତବାସୀ ବଡ ସାହସୀ
ସ୍ୱଚ୍ଛତା ପାଇଁ ଆମେରେ ଖୁସି ।।
ହାତକୁ ହାତ ମିଶାଇ ଆମେ
ଶପଥ ନେବା ସ୍ୱଚ୍ଛତା କାମେ ।।
ସରଗ ପରି ଆମରି ଦେଶ
ସ୍ୱଚ୍ଛ ଭାରତ ଆମ ହରଷ ।।
ସରବେ ଆମ ଭଉଣୀ ଭାଇ
ସ୍ୱଚ୍ଛ ଭାରତ ଦେବା ଗଢାଇ ।।
ରବି ପ୍ରଧାନ, ବାଣପୁର, ଖୋରଧା
