କରୁଛି ଆଜି ଶପଥ - ମିଥୁନ ସାହୁ

0
କରୁଛି ଆଜି ମୁଁ ଦୃଢ଼ ଶପଥ ଯେ
ଭାରତ ମାଆ ପାଖରେ,
ମନରେ ସାହସ ରଖିଥିବି ସଦା
ଡରିବିନି ଜୀବନରେ,,।।
ଏ ଦେଶ ପାଇଁକି ଯଦି କେବେ ମତେ
ଦବାକୁ ପଡିବ ପ୍ରାଣ,
ପଛଘୁଞ୍ଚା କେବେ ଦେବିନାହିଁ ମୁଁ ଯେ
ଭାରତ ମାଆର ରାଣ,,।।
ଏଇ ଦେଶରେ ମୁଁ ଜନମ ନେଇଛି
ତା ପାଇଁ ଜୀବନ ଦେବି,
ବଞ୍ଚିଥିବା ଯାଏଁ ଭାରତ ମାଆର
ଯଶ ମୁଁ ଯେ ଗାଉଥିବି,,।।

Post a Comment

0Comments
Post a Comment (0)